ବେଣାପୁର ଥରେ ମଟର ସାଇକେଲ ଆରୋହିଙ୍କ ଉପରେ ମଦିଗଲା ଟ୍ରକ, ଜଣେ ମୃତ ଦୁଇ ଗୁରୁତ ବଡଚଣା,ତା-୨/୪/୨୨ (ସନ୍ଧାନ ନିଉଜ୍) ଚଣ୍ଡିଖୋଲ ପାରାଦ୍ବୀପ ୫ନଂ (କ) ଜାତୀୟ ରାଜପଥ ବେଣାପୁର ପୋଲ ଉପରେ ପାରାଦ୍ବୀପ ଆଡୁ ଆସୁଥିବା ଏକ ହାଇୱା ଟ୍ରକ ସହ ଚଣ୍ଡିଖୋଲ ଆଡୁ ଆସୁଥିବା ତିନି ବାଇକ ଆରୋହୀଙ୍କ ସହ ଧକ୍ମା ହୋଇଥିଲା। ଧଳା ରଙ୍ଗର ପଲସରରେ ଚଣ୍ଡିଖୋଲ ପଟୁ ବିପରିତ ରାସ୍ତାରେ ଯାଉଥିବା ବାଇକରେ ବସି ତିନିଜଣ ଯାଉଥିଲେ। ପାରାଦ୍ବୀପ ପଟୁ ଆସୁଥିବା ହଇୱା ବାଇକୁ ଧିକ୍କା ଦେଇ ଦୃତ ଗତିରେ ଚଣ୍ଡିଖୋଲ ଆଡେ ପଳାଇଥିଲା।ଏଥିରେ ଜଣେ ୧୩ ବର୍ଷର ପିଲା ମୃତ୍ଯୁ ହୋଇଥିବା ଥିବା ବେଳେ ଅନ୍ଯ ଦୁଇଜଣ ଯୁବକଙ୍କୁ ଗୁରୁତର ଆହାତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକମାନେ ଆହତ ଦୁଇଜଣଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇଥିଲେ । ବାଇକ ଆରୋହୀ ମାନେ ଯାଜପୁର ବ୍ଯାସନଗର ଅନ୍ତର୍ଗତ ମୁଣ୍ଡମାଳ ଅଂଚଳର ହୋଇଥିବା ସୂଚନା ମିଳୁଛି। ମୃତ ଯୁବକ ଜଣଙ୍କ ହେଲେ ନରସିଂହ ପ୍ରଧାନ (13), ଏବଂ ଗୁରୁତର ଦୁଇ ଜଣ ହେଲେ ବିକି ପ୍ରଧାନ (୧୯) ଓ ଇନ୍ଦ୍ରଜିତ ପ୍ରଧାନ। ମୃତ ଯୁବକଙ୍କ ଶବକୁ ଚଣ୍ଡିଖୋଲ ପୋଲିସ ପକ୍ଷରୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି।
ବେଣାପୁର ଠାରେ ମଟର ସାଇକେଲ ଆରୋହିଙ୍କ ଉପରେ ମାଡିଗଲା ଟ୍ରକ, ଜଣେ ମୃତ ଦୁଇ ଗୁରୁତର
|
April 2, 2022 |



