ବେଗୁନିଆ ବିଧାୟକଙ୍କ ଗିରଫ ଦାବି: ଥାନାରେ ଭଙ୍ଗାରୁଜା
ବେଗୁନିଆ ବିଧାୟକଙ୍କ ଗିରଫ ଦାବି: ଥାନାରେ ଭଙ୍ଗାରୁଜା
Manas Kumar Rout |
January 24, 2019 |
ଭୁବନେଶ୍ୱର, ୨୪/୧(ସନ୍ଧାନ ନିୟୁଜ) ବେଗୁନିଆ ବିଧାୟକଙ୍କ ଗିରଫ ଦାବି କରି ବେଗୁନିଆ ଥାନାରେ ସ୍ଥାନୀୟ ଲୋକମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଏହାସହ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରାଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା । ଅନ୍ୟପକ୍ଷରେ ଭଙ୍ଗାରୁଜା ଘଟଣାରେ ୬ ଜଣଙ୍କୁ ଗିରଫ କରାଯିବା ସହ ବାଇକ ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । କଲ୍ୟାଣ ମଣ୍ଡପ କାର୍ଯ୍ୟକୁ ନେଇ ପୂର୍ବତନ ସରପଂଚ ନବ କିଶୋର ସ୍ୱାଇଁଙ୍କୁ ଗାଳିଗୁଲଜ କରିବା ଏବଂ ମାରିବା ପାଇଁ ଧମକ ଦେଇଥିବାରୁ ବିଧାୟକ ପ୍ରଶାନ୍ତ ଜଗଦ୍ଧେବଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା । ମାତ୍ର ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସ୍ଥାନୀୟ ଲୋକମାନେ ଥାନା ଘେରାଉ କରିଥିଲେ ।
Related Posts
About The Author