ବେଆଇନ ମୋରମ ଉତ୍ତୋଳନ ଅଭିଯୋଗ

Spread the love

ଚିତ୍ରଡା, ୧୩.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲା ମୋରଡା ତହସିଲ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ନେଇ ଦୈନନ୍ଦିନ ଅଭିଯୋଗ ଓ ଚର୍ଚ୍ଚା ଚାଲିଛି ।ମୁଖ୍ୟତଃ ବାଲି ଓ ମୋରମ ବେଆଇନ ଭାବେ ଉଭୋଳନ କରାଯାଇ ଚାଲାଣ  କରାଯାଉଥିବାରୁ ରାଜସ୍ବ ବିଭାଗର ରାଜସ୍ବ ହାନୀ ହେଉଥିଲେ ମଧ୍ୟ କେତେକ ବିଭାଗୀୟ କର୍ମଚାରୀଙ୍କୁ ପରୋକ୍ଷ ସହଯୋଗ ରହୁଥିବା ଖୋଲା ଆଲୋଚନା ହେଉଛି ।  ଦାନ୍ତିଆମୁହାଁ ଆରଆଇ ସର୍କଲ ଅଧୀନ ଭାଲିଆଡିହା ପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମରୁ ମୋରମ ଚାଲାଣ ଘଟଣା କିଛିଦିନ ହେଲାଣି କେନ୍ଦୁଛାଟିଆ ଗ୍ରାମର ଜଣେ ଆଦିବାସୀ ଲୋକଙ୍କ ଡାହି ଜମିରୁ ଜେସିବି ମେସିନରେ ମୋରମ ଖୋଳି ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ବୁହାହେଉଛି ରାସ୍ତା କାମରେ ବ୍ୟବହାର ପାଇଁ ଜଣେ ଠିକାଦାର ମଧ୍ୟ ବେଆଇନ ଭାବେ ଏଠାରୁ ମୋରମ ଖୋଳି ନେଉଥିବା ଅଭିଯୋଗ ହେଉଛି ନିଜଆଡୁ ଆରଆଇ ବାବୁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଅଭିଯୋଗ ହେବା ସହ ବହୁଳଭାବେ ଚର୍ଚ୍ଚା ହେବାରୁ ସୋମବାରଆରଆଇ ବାବୁ ଘଟଣା ସ୍ଥଳକୁ ଆସି ମୋରମ ଉତ୍ତୋଳନ ବନ୍ଦ କରିଥିବା ଜଣା ପଡିଛି ଏସମ୍ପର୍କରେ ଜାଣିବା ପାଇଁ ଦାନ୍ତିଆମୁହାଁ ଆରଆଇ ବାବୁଙ୍କୁ ପଚାରିବାରୁ ସେ କିଛି କହିବେ ନାହିଁ ବୋଲି କହିବା ସହ ଯାହା କହିବେ ତହସିଲଦାରଙ୍କୁ କହିବେବୋଲି କହିଥିଲେ । ଏପରିକି ନିଜ ନାମ ମଧ୍ୟ ପ୍ରକାଶ କଲେ ନାହିଁ । ଏହା ଭିତରେ କିଛି ଅଛିକି ବୋଲି ସନ୍ଦେହ ପ୍ରକାଶ ପାଇଛି ତେବେ ତହସିଲଦାର ଏଥିପ୍ରତି ଭିତିରି ଅନୁସନ୍ଧାନ କରି ପଦକ୍ଷେପ ଗ୍ରହଣ  କରିବାକୁ ଦାବି ହେଉଛି ।

Related Posts

About The Author

Add Comment