ଚଣ୍ଡିଖୋଲ,୦୬.୧୨୨୦୨୨ (ସନ୍ଧାନ ନିଉଜ) – ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ଭାବେ ମାଟି ଚାଲାଣ ରୋକିବାକୁ ଆଜି ତହସିଲ ଓ ବଡଚଣା ଥାନା ପକ୍ଷରୁ ମିଳିତ ଚଢାଉ ହୋଇଛି.ଚଢ଼ାଉ ସମୟରେ ଗୋଟିଏ ହିଟାଚି ମେସିନ ଓ ଗୋଟିଏ ହାଇୱା ଜବତ ହୋଇଛି . ମାଟି ମାଫିଆମାନେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି. ଘଟଣା ରୁ ପ୍ରକାଶ ଯେ ଦର୍ପଣ ତହସିଲ ଅଞ୍ଚଳରେ ଦିନକୁ ଦିନ ମାଟି ମାଫିଆ ମାନେ ସକ୍ରିୟ ହୋଇ ବିଭିନ୍ନ ସରକାରୀ ସ୍ଥାନରୁ ତହସିଲ ଅନୁମତି ପତ୍ର ନ ନେଇ ବଡ଼ ବଡ ମେସିନ ଯୋଗେ ମାଟି ଉଠାଇ ଚାଲାଣ କରିଥାନ୍ତି । କିଛି ସ୍ଥାନୀୟ ମାଟି ମାଫିଆ ଏହି ମାଟି ଉଠାଇ ରେଲୱ ଓ ବେସରକାରୀ ଲୋକମାନଙ୍କୁ ସପ୍ଲାଇ ଦେଇ ବେଶ ମାଲା ମାଲ ହୋଇଥାନ୍ତି । ଗତକାଲି ପୁରୁଷୋତ୍ତମ ଶାସନ ମୌଜାରୁ ଏକ ୨୧୦ ହିଟାଚି ମେସିନ ଯୋଗେ ହାଇୱା ଗାଡ଼ିରେ ମାଟି ଉଠାଉ ଥିବା ବେଳେ ତହସିଲ ଓ ଥାନା ପକ୍ଷରୁ ଚଡାଉ ହୋଇଥିଲା । ଚଢାଉ ବେଳେ କିଛି ମାଫିଆ ତହସିଲଦାରଙ୍କୁ ଗାଳି ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଥିଲା । ମାଫିଆମାନେ କହୁଥାନ୍ତି ଯେ ଆମେ ତହସିଲଦାରଙ୍କୁ ପଇସା ଦେଉଛୁ ଆମ ଗାଡ଼ି କାହିଁକି ଧରାହେବ,ଏହିଭଳି ହୋହାଲ୍ଲା ମଧ୍ୟରେ ବିଳମ୍ବିତ ରାତ୍ରିରେ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଉଭୟ ଦୁଇଗୋଟି ଗାଡ଼ିକୁ ଟ୍ରଲର ମଗାଇ ଜବତ କରି ବଡ଼ଚଣା ପୋଲିସକୁ ହସ୍ତାନ୍ତର କରିଛନ୍ତି । ସବୁଠାରୁ ଆଶର୍ଯ୍ୟର କଥା ମାଟି ବୋହୁଥିବା ହାଇୱା ଗାଡ଼ି ଗୁଡ଼ିକର କୌଣସି କାଗଜପତ୍ର ନାହିଁ , କିଭଳି ଏହି ଗାଡି ଗୁଡ଼ିକ ତହସିଲ ଗେଟ୍ ଦେଇ ଆଜକୁ ପ୍ରାୟ ମାସ ହେବ ହଜାର ହଜାର ଟ୍ରିପ ମାଟି ବୋହି ଆସୁଥିଲା । ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଏ ସମ୍ପର୍କରେ ଦର୍ପଣ ତହସିଲଦାରଙ୍କୁ ପଚାରିବାରୁ ଆମେ ରେଲୱେ କୁ ମାଟି ଉଠାଇବାକୁ ଅନୁମତି ପତ୍ର ଦେଇଛୁ , କିନ୍ତୁ ଯେଉଁ ସ୍ଥାନରୁ ଚଢାଉ କରି ଗାଡ଼ି ଜବତ ହେଲା ସେ ସ୍ଥାନରେ କାହାକୁ ମାଟି ଉଠାଇବାକୁ ଅନୁମତି ଦିଆଯାଇନାହିଁ ,ଏଠାରେ ପ୍ରଶ୍ନ ଯେ ଯେଉଁ ବ୍ୟକ୍ତି ଏହି ଚୋରା କାରବାରରେ ଲିପ୍ତ ରହିଛି ତହସିଲଦାର ପକ୍ଷରୁ କାହଁକି ତା ନାମରେ ଥାନାରେ ଅଭିଯୋଗ ହେଇନାହିଁ ତାହା କୁ ନେଇ ସାଧାରଣରେ ଆଲୋଚନା ହେଉଅଛି.
ବେଆଇନ ମାଟି ଖନନ ବେଳେ ତହସିଲ ଓ ଥାନା ପକ୍ଷ ରୁ ମିଳିତ ଚଢ଼ାଉ : ହାଇୱା ଓ ହିଟାଚି ମେସିନ ଜବତ
|
December 7, 2022 |
![](https://sandhannews.com/wp-content/uploads/2022/12/IMG-20221206-WA0122.jpg)