ବେଆଇନ ଭାବେ ୬ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଡିଭିଏଫ କନଷ୍ଟେବଳ

Spread the love

କନ୍ଧମାଳ:୦୧/୧୧/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  ଭିଜିଲାନ୍ସ ଜାଲରେ ଜଣେ ଡିଭିଏଫ କନଷ୍ଟେବଳ ପଡ଼ିଛନ୍ତି। ସେ ବେଆଇନ ଭାବେ ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। କନଷ୍ଟେବଳ ଜଣକ ହେଲେ ବୌଦ୍ଧ ଜିଲା କଣ୍ଟାମାଳର ହରିଶ ଚନ୍ଦ୍ର ସାହୁ। ମିଳିଥିବା ସୂଚନାନୁସାରେ, ହରିଶଚନ୍ଦ୍ର ବୌଦ୍ଧ ଜିଲାର ବଘିଆପଡ଼ା ଫାଣ୍ଡି ଅଞ୍ଚଳରେ କିଛିଦିନ ହେବ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ୨ଟି ଟିମ୍‌ କରି ବଘିଆପଡ଼ା ଫାଣ୍ଡି ନିକଟରେ ଛକି ବସିଥିଲେ। ହରିଶଚନ୍ଦ୍ର ସ୍ଥାନୀୟ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଫାଣ୍ଡି ଭିତରେ ଜଣେ ସାଙ୍ଗଙ୍କ ରୁମ୍‌ରେ ରହିଥିଲେ। କିଛି ସମୟ ରହିବା ପରେ ଏକ ମୋଟର ସାଇକେଲରେ ବାହାରକୁ ବାହାରିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ମାଡ଼ି ବସିଥିଲେ। ହରିଶଚନ୍ଦ୍ରଙ୍କଠାରୁ ୬ ଲକ୍ଷ ଟଙ୍କା ମିଳିଛି। କେଉଁଠୁ ଟଙ୍କା ଆଣିଛ ବୋଲି ପଚାରିବାରେ ହରିଶ୍ଚନ୍ଦ୍ର କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ହରିଶଚନ୍ଦ୍ରଙ୍କ କଣ୍ଟାମାଳ ବାସଭବନ ସମେତ ବୌଦ୍ଧରେ ଥିବା ସରକାରୀ ଘର ଓ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ବୌଦ୍ଧ ଡିଏସ୍‌ପି ସୁରେଶ କୁମାର କହଁର, ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟର ଏଏସ୍‌ଆଇ ମନୋଜ କୁମାର ନାୟକ, ଲୋକନାଥ ସାହୁଙ୍କ ସମତେ ଅନ୍ୟ କିଛି ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ।

Related Posts

About The Author

Add Comment