ବେଆଇନ ବମ୍ ଭିଡାବେଳେ ଘଟିଲା ବିଷ୍ଫୋରଣ: ୨ମୃତ

Spread the love

ଚଣ୍ଡିଖୋଲ,୯/୧ (ସନ୍ଧାନ ନିୟୁଜ/ମାନସ ରାଉତ) : ଯାଜପୁର ଜିଲ୍ଲାର ପଞ୍ଚିମ ବଡଚଣା ଅଞ୍ଚଳରେ ଆଜି ଅପରାହ୍ନରେ ବେଆଇନ ବମ୍ ଭିଡାଚାଲିଥିବା ବେଳେ ବିଷ୍ଫୋରଣ ଘଟିବାରୁ ଗୋଟିଏ ଘର ପୋଡିଯିବା ସହିତ ଘର ମାଲିକର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିରେ ଅନ୍ୟ ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିସôିତ ହେଉଥିବା ଜଣାଯାଇଛି । ବୈରୀ ଥାନା ଅଧିନସ୍ଥ ଶାଳପଡା (କୁଆଁରିଆକୂଳ) ଗାଁର ଖଗେଶ୍ୱର ମଲିକ ଓରଫ ଟିକମ(୪୫)ଙ୍କ ଘରେ ଆଜି ନିଜେ ଖଗେଶ୍ୱର ଓ ନିକଟ ଗାଁ କଣ୍ଟେଇଝରର ନରହରି ମୁଣ୍ଡା ଉଭୟ ବାଣ ଭିଡୁଥିବା ବେଳେ କୌଣସି କାରଣରୁ ବିଷ୍ଫୋରଣ ହୋଇଥିଲା । ଫଳରେ ଉଭୟ ପୋଡିଯାଇଥିଲେ । ପରେ ଶବ୍ଦ ଶୁଣି ନିକଟସ୍ଥଥ ସାହି ଲୋକେ ଭୟଭିତ ହୋଇ ବାହାରକୁ ଚାଲିଆସିଥିଲେ । ଏପଟେ ଖଗେଶ୍ୱରର ଘର ପୋଡି ଯାଉଥିବା ଦେଖିଥିଲେ । ଘର ଭିତରେ ଥିବା ପରିବାର ଲୋକେ ପାଟିକରିବାରୁ ସାହିପଡିଶା ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଲୋକେ ପୋଡିଯାଉଥିବା ଘରକୁ ଲିଭାଇବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ଲୋକ ଖଗେଶ୍ୱର ଓ ନରହରିକୁ ବାହାରକୁ ଆଣିଥିଲେ । ଖଗେଶ୍ୱର ଏବଂ ନରହରି ଉଭୟଙ୍କ ଶରୀର ପୋଡିଯାଇଥିବା ବେଳେ ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ଖଗେଶ୍ୱରକୁ ମୃତ ଘୋଷଣା କରିଥିବା ବେଳେ ନରହରିକୁ ଗୁରୁତର ଅବସ୍ଥାରେ କଟକ ପଠାଇଥିଲେ । ନରହରି ସେଠାରେ ମୃତୁ୍ୟ ବରଣ କରିଥିବା ସୂଚନା ମିଳିଛି । ଖବରପାଇ ବୈରୀ ଥାନା ଦାୟିତ୍ୱରେ ଥିବା ଡିଏସପି ଦିପକ କୁମାର ଗୋଚ୍ଛାୟତ, ଏସଆଇ ବିଶ୍ୱଜିତ ବିଶ୍ୱାଳଙ୍କ ସମେତ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରକାଶଥାଉକି ଦିର୍ଘ ଦିନହେବ ମୃତ ଖଗେଶ୍ୱର ବେଆଇନ ବାଣ ପ୍ରସ୍ତୁତ କରି ଚୋରାରେ ବିକ୍ରୀ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment