ଉଦଳା, ୧୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ବେଆଇନ ଭାବେ ଦେଶୀ ବନ୍ଧୁକ ଓ ଗୁଳି ରଖିଥିବାଅଭିଯୋଗ ରେ ଉଦଳା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପ୍ରାପ୍ତ ବିବରଣୀରୁ ଜଣାଯାଇଛି ଯେ ଉଦଳା ପୁଲିସ କୌଣସି ସୂତ୍ରରୁ ଦେଶୀ ବନ୍ଧୁକ ଓ ଗୁଳି ର ଖବର ପାଇ ଖୁଣ୍ଡା ଥାନା ଅନ୍ତର୍ଗତ ଚିରିମା ପୁରୁଣା ବାରିପଦାରୁ ମନୋଜ କୁମାର ମହାନ୍ତିଙ୍କୁ ୨୫/୨୭ ର ଜଙ୍ଗଘନ ଅଭିଯୋଗରେ ଗିରଫ କରିଥିଲେ । ଜବତ ହୋଇଥିବା ଜିନିଷ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି । ଆଇଆଇସି ମୁକ୍ତିକୁମାର କୁଲୁଙ୍କ ତବଧାନରେ ଏହି କାର୍ଯ୍ୟକ୍ରମ ହୋଇ ବେଳେ ୩୨୧/୨୦ ନମ୍ବରରେ କେଶ ହୋଇଥିବା ଜଣାପଡ଼ିଛି ।
ବେଆଇନ ଦେଶୀ ବନ୍ଧୁକ, ଗୁଳି ରଖିଥିବା ଅଭିଯୁକ୍ତ ଗିରଫ
|
December 18, 2020 |


