ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ, ୨୭ଟି ଗୋରୁ ଉଦ୍ଧାର

Spread the love

ବାରିପଦା(ସନ୍ଧାନ ନ୍ୟୁଜ୍)୧୦/୦୭(ଲିଙ୍ଗରାଜ ପଣ୍ଡା)-: ବେଆଇନ ଗୋ-ଚାଲାଣ ବେଳେ ଧରିଲା ପୋଲିସ। ବାଲେଶ୍ଵର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ଖନ୍ତାପଡା ଥାନା ନିକଟରୁ ଏହି ଗୋରୁ ଗାଡି ଜବତ ହୋଇଛି। ଏକ ଟ୍ରକରୁ ୨୭ଟି ଗୋରୁ ଉଦ୍ଧାର ହୋଇଛନ୍ତି।

ରାଜ୍ୟ ବାହାରକୁ ଗୋ-ଚାଲାଣ ବେଳେ ଧରିଲା ପୋଲିସ। ଏକ ଗୋରୁ ବୋଝେଇ ଗାଡି ଭଦ୍ରକରୁ ପଶ୍ଚିମବଙ୍ଗ ଯାଉଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡା ଥାନା ନିକଟରୁ ଏହି ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ଖନ୍ତାପଡା ପୋଲିସ। ଏହି ଟ୍ରକରୁ ୨୭ଟି ଗୋରୁ ଉଦ୍ଧାର କରିବା ସହ ଗାଡି ଜବତ କରିଛି ପୋଲିସ। ଏନେଇ ଅଧିକ ତଦନ୍ତ କରୁଛି ଖନ୍ତାପଡା ପୋଲିସ।

Related Posts

About The Author

Add Comment