ବୈପାରିଗୁଡା,୧୯/୪ (ସନ୍ଧାନ ନିୟୁଜ) – ବୈପାରିଗୁଡା ବନାଞ୍ଚଳ ପକ୍ଷରୁ ଏବେ କେତେ ଦିନ ହେବ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଗିରଖି ଘନ ଘନ ଚଢାଉ କରି କାଠ ମାଫିଆ ମାନଙ୍କ ମଧ୍ୟରେ କକୁଆଭୟ ସୁଷ୍ଟି କରିଥିବାର ଜଣାପଡିଛି । ବେଆଇନ କାଠ ଚାଲାଣ କରୁଥିବା ସମୟରେ ବୈପାରିଗୁଡା ଜଙ୍ଗଲ ବିଭାଗ କର୍ମଚାରୀ ଓ ପାରା କର୍ମଚାରୀ ମାନେ କାଠ ପଟ୍ଟା ସହ ଟାଟାମେଜିକ ଗାଡିକୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଚାଲାଣକାରୀ ଫେରାର ହୋଇଯାଇଥିବାର ଜଣାପଡିଛି । ବୈପାରିଗୁଡା ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତ ପ୍ରକାଶ କରିଛନ୍ତି ଯେ ବିଶସ୍ତ ସୂତରୁ ଖବର ଖବର ପାଇ ଦଶମନ୍ତପୁର ପଞ୍ଚାୟତର ମହନ୍ତପୁଟ ଓ ଭାରୁଆବାଡି ରାସ୍ତାରେ ବେଆଇନ ଭାବେ କାଠ ଚାଲାଣ ହେଉଥିବା ରୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ପାରା କର୍ମଚାରୀ ମାନେ ଛକରେ ଜଗିରହି ଏହି ଗାଡିକୁ ଜବତ କରିଥିଲେ । ଜବତ ଗାଡି ନଂ OR 10 H 0480 ଯୋଗେ ୧୨ ଟି ବିଜା ପଟ୍ଟା ସହ ୪ ଟି ବଡ ବଡ କାଠ ସାଇଜ୍ ରହିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।ଏହି ଚଢାଉ ସମୟରେ ବୈପାରିଗୁଡା ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତ,ଫରେଷ୍ଟର ଗାର୍ଡ ସଚ୍ଚିତାନନ୍ଦ ପରିଡା,ମନୋଜ ମହାପାତ୍ର,ଦଣ୍ଡପାଣି ସୁବୁଦ୍ଧି ଙ୍କ ସହ ବହୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।