ବେଆଇନ କଳାପଥର ଖାଦାନରେ ଶ୍ରମିକର ମୃତ୍ୟୁ ! ପୋଲିସ ଏତଲା ନଥିବା କହି ଘଟଣାର ତଦନ୍ତ କରିବନି କହି ଏଡାଇ ଯାଉଛି

Spread the love

ଯାଜପୁର/ଧର୍ମଶାଳା୨୭/୩ (ସନ୍ଧାନ ନିୟୁଜ /ସନ୍ତୋଷ ରାଉତ)  ଜେନାପୁର ଥାନା ଅନ୍ତର୍ଗତ ବିଛାଖଣ୍ଡି ହନୁମନ୍ତିଆ ପାହାଡରେ ଚାଲିଥିବା ବେଆଇନ ପଥର ଖାଦାନରେ ଗାଡିଲୋଡ କରିବାକୁ ଯାଇଥିବା ଜଣେ ଶ୍ରମିକର ସନେ୍ଦହ ଜନକ ଭାବରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକର ନାମ ବିକ୍ରମ ପାତ୍ର (୫୫) ବୋଲି ଜଣା ପଡିଛି । ତାର ଘର ଉକ୍ତ ପଂଚାୟତର ପୋତୁଅ ଗ୍ରାମରେ ଓ ସେ ଆଜି ଭୋର ସମୟରୁ ସାଥି ଲେବର ଙ୍କ ସାଙ୍ଗରେ ଗାଡି ଲୋଡ କରିବାକୁ ଯାଇଥିଲା । କିନ୍ତୁ ଦିନ ୧୦ଟା ସମୟରେ ସମସ୍ତେ ଘରକୁ ଫେରିଥିଲେ ମଧ୍ୟ ବିକ୍ରମ ଫେରିନଥିଲା । ପରିବାର ଲୋକ ଖୋଜା ଖୋଜି କରିବାରୁ ତାର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ତାର ମୃତ୍ୟୁ ଖାଦାନରେ ହାଓା ଚପାରେ ହୋଇଥିବା ଆଲୋଚନା ହେଉଥିବା ବେଳେ ଖାଦାନ ମାଲିକକୁ ବଂଚାଇବାକୁ ଘଟଣାକୁ ଦୁର୍ଘଟଣାର ରୁପ ଦିଆଯାଉଥିବା ଆଲୋଚନା ହେଉଛି । ବିକ୍ରମ ଆଜକୁ ୩୦ ବର୍ଷରୁ ଅଧିକ ଦିନ ଧରି ନିଜ ଶଶୁର ଘରେ ଘର ଜୋଇଁଆ ହୋଇ ରହୁଥିଲା । ତାର ନିଜ ଘର ଦାନଗଦି ବ୍ଲକ ଛତ୍ରକଣ ଗାଁରେ । ଜେନାପୁର ଥାନା ଅଧିକାରିଙ୍କ କହିବାନୁଯାଇ ରାତି ୮ଟା ସୁଧା ତାର ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ । ଏପରୋକି ତାର ମୃତ ଶରିର ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସେôଦ ନିମନ୍ତେ ରଖାଯାଇଛି ବୋଲି କହିଛନ୍ତି । ଅପରପକ୍ଷେ ଘଟଣାକୁ ୧୨ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ପରିବାର ତରଫରୁ କାହିଁକି ଏତେଲା ଦିଆଯାଇନାହି ତାକୁ ନେଇ ସାଧାରଣରେ ସନେ୍ଧହ ଉପୁଜିଛି । ତାର ସାଥି ଶ୍ରମିକ ରଞ୍ଜନ ସାମଲକୁ ଭେଟିବାକୁ ଯାଇଥିବା ବେଳେ ରଞ୍ଜନ ଘରେ ନଥିବା ତାର ବାପା କହିବା ସହ ସେ ବି ସଖାଳୁ ନିଖୋଜ ଅଛି ବୋଲି କହିଥିଲେ । ଏବଂ ଏକ ନାଲି ବୋଲେରୋ ଗାଡିରେ କିଛି ଲୋକ ଥାନାକୁ ଜିବାକୁ ବାହାରିଥିବା ପ୍ରକାଶ କରିଥିଲେ । ଏପରିସ୍ଥଳେ ବିକ୍ରମର ଏକ ଫଟୋ ହାଓା ଗାଡିତଳେ ପଡିରହିଥିବା ଦେଖିବାକୁ ମିଳୁଛି । ଏବଂ ପାଖରେ ଏକ ସାଇକେଲ ମଧ୍ୟ ପଡିଥିବାର ଦେଖାଯାଉଛି । ବିକ୍ରମ ରାତିରୁ ବିନା ସାଇକେଲରେ ଘରୁ ବାହାରିଥିବା ଶାଶୁ କହିବା ସହ ଖାଦାନକୁ କାମକୁ ଯାଇ ମରିଥିବା କହିଛି । ତେବେ ବିକ୍ରମର ମୃତ୍ୟୁ ଖାଦନରେ ହାଓବା ଚପାରେ ହୋଇଛି କି ରାସ୍ତାରେ ହୋଇଛି ତାହା ପୋଲିସ ତଦନ୍ତ ପରେ ଜଣା ପଡିବ । ଯଦି ଶାଶୁଙ୍କ କହିବା ସତ ହୁଏ ତେବେ ମୃତ ଶରିର ପାଖରେ ପଡିଥିବା ସାଇକେଲ କାହାର ତାହା ମଧ୍ୟ ତଦନ୍ତ ସାପେକ୍ଷ । ମୁଣ୍ଡରେ ଗାଡି ଚଢିଲେ ଯତେିକି ପରିମାଣର ରକ୍ତ ରାସ୍ତାରେ ବହିଯିବା କଥା ଏବଂ ରାସ୍ତାରେ ୍ଯେତିକି ପରିମାଣର ମାଂସ ଲାଗିଯିବା କଥା ତାହା ରାସ୍ତାରେ ଦେଖାଯାଇନାହିଁ । ଏ ପରିକି ତାର ଗୋଡ କଳା ପଡିଯାଇଥିବା ଫଟୋରୁ ଯଣାପଦୁଛି । ତେବେ ବିକ୍ରମର ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି । ଏ ସମ୍ବନ୍ଧରେ ଖାଦାନ ମାଲିକ ରାଜିବ ସ୍ୱାଇଁ କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

Related Posts

About The Author

Add Comment