ଧର୍ମଶାଳା, ୧୪/୧୦ (ସନ୍ଧାନ ନିଉଜ) : ଡାଳିଯୋଡା ବନବିଭାଗ ପକ୍ଷରୁ ଧର୍ମଶାଳା ଥାନା କାଏମାଠାରେ ଚାଲିଥିବା ଏକ ବେଆଇନ କରତକଳଉପରେ ଚଢ଼ାଉ କରାଯାଇଥିଲା ।ଏହି କଳରୁ ବହୁ ପରିମାଣର ଦାମୀ କାଠ ପଟା, କାଠଚିରା ମେସିନ ଓ ମଟର ଜବତ କରାଯାଇଥିବା ଜଣାପଡିଛି । ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ କାଏମା ଡିଗିରୀ ପଡିଆଠାରେ ଦୀର୍ଘ ବର୍ଷ ହେବ ଅବଆଇନ ଭାବରେ ଏକ କରତକଳ ଚାଲୁଥିଲା । ସ୍ଥାନୀୟ ଅଂଚଳର କର୍ଣ୍ଣ ମହାରଣା ଏହାକୁ ଚଳାଇ ଆସୁଥିଲେ । ରବିବାର ସେଠାକୁ ଏକ ଟ୍ରଲିରେ ଶାଗୁଆନ କାଠ ଚିରା ହେବା ନିମନ୍ତେ ଆସିଥିବା କୈାଣସି ସୂତ୍ରରୁ ରେଞ୍ଜର ଅଭିରାମ ଜେନା ଖବର ପାଇ ଚଢ଼ଉ ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ରବିବାର ଦିନ ପ୍ରାୟ ସାଢ଼େ ୧୧ଟା ଠାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ସେଠାରେ ବନ ବିଭାଗର ଖାନତଲାସ ଜାରି ରହିଥିଲା । ଚଢ଼ଉ ସମୟରେ ଗଚ୍ଛିତ ଥିବା ଶାଗୁଆନ୍ କାଠ ସମେତ ଜାମୁ ଓ ଉନ୍ଦ ଆଦି ପଟାକୁ ଜବତ କରାଯାଇଥିଲା । ସେହିପରି କାଠ ଚିରା ମେସିନ୍ (କରତ) ଓ ବିଦୁ୍ୟତ୍ ମଟରକୁ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ଏସିଏଫ ଶରତ କୁମାର ସାହୁ, ଭିଜିଲାନ୍ସ ଟିମ୍ର ସରୋଜ କୁମାର ମହାପାତ୍ର ଓ ପ୍ରସନ୍ନ କୁମାର ରାଉତ, ଗଡମଧୁପୁର ଫରେଷ୍ଟର ରଂଜନ କୁମାର ମିଶ୍ର , ଚୈାଦାର ଫରେଷ୍ଟର ମାଣିକ ମୁଣ୍ଡା ପ୍ରମୁଖଙ୍କ ସମେତ ସହକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଜବତ କାଠ ଗୁଡିକର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି । କରତକଳ ମାଲିକ ଶ୍ରୀ ମହାରଣାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଇଡ୍କୋ ଯୋଗାଇ ଦେଉଥିବା ଜମିରେ ଜାରା ଅଂଚଳରେ ଏକାଧିକ କରତକଳ ରହିଛି । ଏହାସତ୍ୱେ କିପରି ଏଠାରୁ ମାତ୍ର ୫ କିଲୋମିଟର ଦୂରରେ ବେଆଇନ କରତକଳ ଚାଲିଥିଲା ଓ ବନବିଭାଗ ଏହା ଜାଣି ପାରୁ ନଥିବା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବେଆଇନ କରତକଳରେ ଚଢ଼ାଉ କାଠ ଓ ମେସିନ୍ ଜବତ
|
October 14, 2019 |
![](https://sandhannews.com/wp-content/uploads/2019/10/breking-news-730x430-2-5.jpg)