ଖୁଣ୍ଟା, 30/10 (ସନ୍ଧାନ ନ୍ୟୁଜ୍) ;- :ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶ ତଥା ଖୁଣ୍ଡା ତହସିଲର ରାଜସ୍ୱ ଅଞ୍ଚଳ ରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ୍ ମାଙ୍କଡ଼ା ପଥର ଖାଦାନ ଉପରେ ଗୁରୁବାର ଖୁଣ୍ଟା ତହସିଲଦାର ଚଢ଼ଉ କରି ଜରିମାନା ଆଦାୟ କରିଛନ୍ତି । ଘଟଣା ଅନୁଯାୟୀ, ଖୁଣ୍ଟା ତହସିଲଦାର ସ୍ମରଣ କୁମାର ପୃଷ୍ଟି ଙ୍କ ନେତୃତ୍ବରେ ଶିମିଳିପାଳ ପାଦ ଦେଶ ର ଜୁରାଡିହି ଗ୍ରାମ ନିକଟରେ ଚାଲି ଥିବା ବେଆଇନ୍ ମାଙ୍କଡ଼ା ପଥର ଖାଦାନ ଉପରେ ଅଚାନକ ଚଢ଼ଉ କରିଥିଲେ । ତେବେ ଜୁରାଡି ହି ଗ୍ରାମ ନିକଟରେ ଏକାଧୁକ ମାତ୍ରାରେ ବେଆଇନ୍ ମାଙ୍କଡ଼ା ପଥର ଖାଦାନ ଚାଲୁ ଥିବା ବେଳେ ତହସିଲଦାର ଏବଂ ତାଙ୍କ ଟିମ୍ ଗୋଟିଏ ଖାଦାନ ରେ ମାଙ୍କଡ଼ା ପଥର କାଟୁଥିବା ପାୱାରଟେଲର ମେସିନ କୁ ଜବତ କରି ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ସେହିପରି ଗୋଟିଏ ଟ୍ରାକ୍ତର ମାଙ୍କଡା ପଥର ପରିବହନ କରି ନେଉଥିବା ସମୟରେ କୁସୁମଘାଟି ଗ୍ରାମ ନିକଟରେ ଧରାପଡିବା ପରେ ୨୦ ହଜାର ୫୪୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉ କି ଶି ମିଳି ପାଳ ଅ ଭ ୟାର ଣର ପାଦ ଦେଶ ରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ୍ ମାଙ୍କଡ଼ା ପଥର ଖାଦାନ ଉପରେ ପୂର୍ବରୁ ରାଜ ବିଭାଗ ଓ ପୁଲିସ ପ୍ରସାଶନ ଦ୍ଵାରା ୧୪୪ ଧାରା ଜାରି କରାଯାଇଥିଲା । ତାପରେ ଡାକବାଜି ଯନ୍ତ୍ର ଦ୍ଵାରା ଗାଁ। ଗାଁ ବୁଲି ସଚେତନତା କରାଗଲା । ହେଲେ ତାହା କାଗଜ କଲମରେ ସୀମିତ ରହିଗଲା । ଯେଉଁଥି ପାଇଁ କି ରାତି ଦିନ ବେଧଡକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଚାଲିଛି । ଖାଦାନରେ ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଜରିମାନା ଆଦାୟ କରି ଛାଡିଦିଆ ଯାଉଛି । ତେବେ ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଉତ୍ତଳନ ଓ ପରିବହନ ଦିଗରେ ପୁଲିସ ପ୍ରସାଶନ ଚୁପ୍ ରହି ଥିବା ବେଳେ ରାଜସ୍ବ ବିଭାଗ କେବେ କେବେ ଚଢ଼ଉ କରି ଜରିମାନା ଆଦାୟ କରୁଥିବା ଦେଖୁବାକୁ ମିଳିଛି ।
ବେଆଇନ୍ ମାଙ୍କଡା ପଥର ଖାଦାନରେ ଚଢ଼ଉ
|
October 30, 2020 |