ବେଆଇନ୍ ଚାଲିଛି ଏମ.ଡି.ଏସ ପିଚୁ ପ୍ଲାଂଟ; ସରକାରୀ ଅଧିକାରୀଙ୍କ ପକେଟରେ ଗାନ୍ଧୀ ନୋଟ

Spread the love

ଧର୍ମଶାଳା, ୧୨/୧୨ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅଂଚଳରେ ଦିନକୁ ଦିନ ବଡବଡଆଙ୍କ ପାଇଁ ଜଙ୍ଗଲ କିସମ ଜମିରେ ବିଭିନ୍ନ ଶିଳ୍ପ ସଂସ୍ଥା ମାନ ଗଢ଼ି ଉଠୁଥିବା ବେଳେ ଏସବୁକୁ ଅର୍ଥ ନେଇ ସରକାରୀ ବାବୁ ମାନେ ପ୍ରୋସôାହନ ଦେଉଛନ୍ତି । ଏହାର ଏବେ ନଗ୍ନ ଉଦାହରଣ ସାଜିଛି ସୋରଇ ଏବଂ ମାଣ୍ଡିଆ ମୌଜାରେ ଥିବା ଏମ.ଡି.ଏସ ପିଚୁ ପ୍ଲାଂଟ । ଏହି ପିଚୁ ପ୍ଲାଂଟ ଟଇ ଜଙ୍ଗଲ କିସମ ଜମିରେ ଥିବା ବେଳେ ଏହା ସବୁଠାରୁ ପଦୃଷଣ କାରୀ ସଂସ୍ଥା ଭାବେ ଚିଂହଟ ହୋଇଛି । ଏହି ପଚୁ ପ୍ଲଂଟ ନିର୍ମାଣ ପାଇଁ ଆବଶ୍ୟକେୟୀ ଜମି ଏବଂ ପଦୃଷଣ ବିଭାଗର ଏନଓସି ଆବଶ୍ୟକ ଥିବା ବେଳେ ସମ୍ପକ୍ତ ସଂସ୍ଥାର ମାଲିକ ପ୍ରମୋଦ କୁମାର ସ୍ୱାଇଁ ସେଠାରେ ସ୍ୱଳ୍ପ ଜମି କିଣି ତାହାକୁ ପରିବର୍ତ୍ତନ ନକରି ତାହାକୁ ଦେଖାଇ ପଦୃଷଣ ବିଭାଗରୁ ଏନଓସି ଏବଂ ତହସିଲଦାରଙ୍କ ଦାରଙ୍କ ଠାରୁ ବିଭାଗର କାଗଜପତ୍ର ସଂଗ୍ରହ କରୁଥିଲା । ମାତ୍ର ତାହ ଜଙ୍ଗଲ କିସମ ବାହାରିବାୁ ତହସିଲଦାର ଅର୍ଥ ନେଇଥିବା ବେଳେ ମଧ୍ୟ ତାହା କରିପାରିନଥିଲେ । ଏପରିକି ପିଚୁ ପ୍ଲଂଟ ପକ୍ଷରୁ ପଦୃଷଣ ବିଭାଗର ଅଧିକାରୀଙ୍କ ସହିତ ସଲାସୁତଲା ଏବଂ ଅର୍ଥ ଦେଇ ତାହାକୁ ଚଲାଉଥିବା ବେଳେ ତହସିଲଦାର ମଧ୍ୟ ଅର୍ଥ ନେଇ ଚୁପୁ ହୋଇବସିରହୁଛି । ମାତ୍ର ଦେଖିବାକୁ ବାକି ରହିଲା କିଭଳି ବେଆଇନ ଜଙ୍ଗଲ କିସମ ସ୍ଥାନରେ ପିଚୁ ପ୍ଲାଟ ଭଳି ପଦୃଷଣ କାରୀ ସଂସ୍ଥା ଚାଲିଛି ତାହା ତଦନ୍ତ ସାପେକ୍ଷ । ଏହା ଉପରେ ଗ୍ରାମବାସୀ ମିଳିତ ଭାବେ ଅଭିଯୋଗ କରିଥିଲେ ସୁଧା ତହସିଲଦାର କୌଣସି କାର୍ଯ୍ୟନୁଷ୍ଠାନ ନନେବା ଘଟଣା ଏଥିରେ ଆର୍ଥିକ କାରବାରକୁ ଦାଣ୍ଡରେ ପଡି ହାଟରେ ଗଡୁଛି । ତୁରନ୍ତ ଏହାକୁ ବନ୍ଧ ନହେଲେ ମାଣ୍ଡିଆ ଗ୍ରାମବାସୀ ତହସିଲ ଆଫିସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତବନୀ ଦେଇଛନ୍ତି ।

Related Posts

About The Author

Add Comment