ଜେନାପୁର /୧୦/୦୮/ସନ୍ଧାନ ନିୟୁଜ )ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ଗ୍ରାମ ପଂଚାୟତ ର ଖେଳ ପଡିଆର ଚତୁଃପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମନୋଜ କୁମାର ଧୀର, ଅବସର ପ୍ରାପ୍ତ ଶିକ୍ଷକ ଧ୍ରୁବ ଚରଣ ରାଉତ ଏବଂ ଅଜୟ କୁମାର ପ୍ରଧାନ, ଶିକ୍ଷକ ପ୍ରଫୁଲ୍ଲ ମଲ୍ଲ, ବସନ୍ତ ଦାଶ ତଥା ଗ୍ରାମର ରଥ ମଲ୍ଲିକ ଯୋଗଦେଇ ବୃକ୍ଷ ରୋପଣ କରିବାସହ ଗଛ ଲଗାଇବା ପାଇଁ ଗ୍ରାମର ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରକୃତିପ୍ରେମୀ ଯୁବକ ପ୍ରତାପ ଚନ୍ଦ୍ର ରାଉତ,ରଞ୍ଜନ ରାଉତ, ସୁନୀଲ ବାରିକ, ଵାପିନା ମଲ୍ଲ ପ୍ରମୁଖ ଆବାହକ ମଳୟ କୁମାର ବଳଙ୍କ ପ୍ରୟାସରେ ଆମ୍ବ, ବଉଳ, ଶିଶୁ, ପେସ୍ତା ବାଦାମ, କୃଷ୍ଣଚୁଡା, ଆକାଶିଆ, ଆଦି ବୃକ୍ଷ ଲଗାଇ ସବୁଜ ସୁନ୍ଦର ପରିବେଶର ସଂକଳ୍ପର ବାର୍ତ୍ତା ଦେଇଥିଲେ |
ବୃକ୍ଷ ରୋପଣ କାର୍ଯ୍ୟକ୍ରମ
|
August 10, 2025 |



