ବୁଦେଲପାଲି ଗ୍ରାମରେ ଶଉରୀ ନାରାୟଣ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ

Spread the love

ସମ୍ବଲପୁର ତା ୨୧/ ୦୪ /୨୦୨୨ (ସନ୍ଧାନ ନିଉଜ) ଯୁଯୁମୁରା ବ୍ଳକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତର ବୁଦେଳପାଲି ଗ୍ରାମରେ ନିଖିଳ ଉତ୍କଳ ଶଉରୀ ନାରାୟଣ ଆଞ୍ଚଳିକ ସଂଘ ପକ୍ଷରୁ ଶଉରୀ ନାରାୟଣଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ମୁଖ୍ୟ କର୍ତ୍ତା ଭାବରେ ନାରାୟଣ ଭୋଇ ଓ ତାଙ୍କ ପତ୍ନୀ ଚାନ୍ଦବତୀ ଭୋଇ, ପୂଜକ ଶ୍ରୀ ରଞ୍ଜନ କୁମାର ଭୋଇ, ବୁଦେଳପାଲି ଗ୍ରାମବାସୀ ବୃନ୍ଦ,୯୦ ଖଣ୍ଡ ଗ୍ରାମର ସହରା ସମାଜର ଜାତି ଭାଇ ଭଉଣୀ, ଆଖ ପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗଦାନ କରିଥିଲେ।ଏହି ଭୂମିପୂଜନ ଅଧ୍ୟକ୍ଷ ଅନିରୁଦ୍ଧ ଭୋଇ, ସହ ଅଧ୍ୟକ୍ଷ ଶ୍ରୀଚରଣ ବେହେରା, କର୍ମକର୍ତ୍ତା ଅଗସ୍ତି ଭୋଇ,ସୁଶୀଳ ଭୋଇ, ବିହାରୀଲାଳ ଭୋଇ, ବିଜୟ ଭୋଇ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ସକାଳ ୯ ଘଟିକା ରୁ କଳସ ଯାତ୍ରା ଆରମ୍ଭ ହୋଇ ପରେ ଭୂମି ପୂଜନ , ନାମ ସଂକୀର୍ତ୍ତନ ଏବଂ ଶେଷରେ କଳସ ବିସର୍ଜନ ସହିତ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶୁଭ କାର୍ଯ୍ୟପାଇଁ ଅନୁଷ୍ଠାନ ତରଫରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ପାଇଁ ମୁକ୍ତ ହସ୍ତରେ ଦାନ କରିବା ଅନୁରୋଧ ଭିକ୍ଷା କରିଛନ୍ତି।

Related Posts

About The Author

Add Comment