ବୁଢ଼ାମରା-ଚାକୁଳିଆ ରେଳପଥ ନିର୍ମାଣ ଲାଗି ପ୍ରସ୍ତୁତି

Spread the love

ବାରିପଦା 05/10 (ସନ୍ଧାନ ନ୍ୟୁଜ୍) :-  ଦକ୍ଷିଣପୂର୍ବ ରେଳ ବିଭାଗ ପକ୍ଷରୁ ବୁଢାମରା-ଚାକୁଳିଆ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ କରାଯିବା ନେଇ ବିଭାଗ ପକ୍ଷରୁ ଆଶା ସଞ୍ଚାର ହୋଇଛି। ପତ୍ର ସଂଖ୍ୟା ୬୫୪ରେ ୫୦କିମି ୨ଶହ ମିଟର ଦୀର୍ଘ ନୂତନ ରେଳପଥ ନିର୍ମାଣ କରାଯିବା ନେଇ ରେଳବାଇ ଉପମୁଖ୍ୟଯନ୍ତ୍ରୀଙ୍କ ପତ୍ରରେ ଉଲ୍ଲେଖ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କର୍ମଚାରୀଙ୍କ ସ୍ବାର୍ଟର୍ସ ନିର୍ମାଣ ନିମନ୍ତେ ଏକ ଅଟକଳ ପ୍ରସ୍ତୁତି ପାଇଁ ଖଡଗପୁର ଏଡିଆରଏମ୍ବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକଳ୍ପ ମଞ୍ଜୁର ହେବା ପରେ ଏହି ରେଳପଥ ଦ୍ବାରା ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଜନସାଧାରଣ ଏକସୂତ୍ରୀରେ ହୋଇପାରିବେ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲାବାସୀଙ୍କ ପକ୍ଷରୁ ବୁଢାମରାରୁ ଚାକୁଳିଆ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ଏହାକୁ ଦଳମତ ନିର୍ବିଶେଷରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ହେଉଥିବାବେଳେ ଦକ୍ଷିଣପୂର୍ବ ରେଳ ବିଭାଗ ପକ୍ଷରୁ ଏକ ଚିଠି ମୟୂରଭଞ୍ଜର ରେଳ ପ୍ରକଳ୍ପକୁ ନେଇ ନୂତନ ଆଶା ସଞ୍ଚାର ସୃଷ୍ଟି କରିଛି । ଏହି ପ୍ରକଳ୍ପ ପାଇଁ ବିଭାଗ ପକ୍ଷରୁ ଅଟକଳ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଣୁ ନିମନ୍ତେ ଖଡଗପୁର ଡିଭିଜନ ପକ୍ଷରୁ ଆବଶ୍ୟକ କ୍ଲାର୍ଟର୍ସ ନିର୍ମାଣ ପାଇଁ ଅଟକଳ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୁଢାମରାଠାରୁ ଝାରପୋଖରିଆ, ଜାମଶୋଳା, ବାହଡ଼ାଗୋଡା, ବୋରେଇ, ପୁରୁଣାପାଣି ଦେଇ ଚାକୁଳିଆ ସହିତ ସଂଯୋଗ କରାଯିବ। ତେବେ ବୁଢାମରା ଷ୍ଟେଶନକୁ ଜଙ୍କସନ କରିବା ସହିତ ଝାରପୋଖରିଆ, ବାହଡାଗୋଡା ଓ ପୁରୁଣାପାଣିକୁ ସିଙ୍ଗଲ ଲାଇନ ଏବଂ ଜାମଶୋଳା ଓ ବୋରଲଠାରେ ବ୍ଲକ ଷ୍ଟେଶନ ନିର୍ମାଣ କରାଯିବ । ସେହିପରି ଠାକୁରତୋଟାରୁ ନୂଆଗାଁ ମୟୂରଭଞ୍ଜକୁ ସଂଯୋଗ କରିବା ପାଇଁ ଦୀର୍ଘ ୧୪କି.ମି. ରାସ୍ତାର ଏକ ନୂତନ ରେଳପଥ ନିର୍ମାଣ ପାଇଁ ଚିଠିରେ ଉଲ୍ଲେଖ ରହିଛି । ଠାକୁରତୋଟା ଷ୍ଟେଶନ ସହିତ ନୂଆଗାଁ ମୟୂରଭଞ୍ଜ ଷ୍ଟେଶନକୁ ଜଙ୍କସନ କରାଯିବ।ଫଳରେ ମୟୂରଭଞ୍ଜରୁ ଖଡଗପୁର ଯିବା ପାଇଁ ଯିବା ପାଇଁ ରୂପ୍ରସା ଷ୍ଟେଶନ ପରିବର୍ତ୍ତେ ଠାକୁରାତୋଟା-ନୂଆଗାଁ ଦେଇ ଯୋଗାଯୋଗ ହେବ। ବୁଢାମରା-ଚାକୁଳିଆ, ବାଙ୍ଗରିପୋଷିରୁ ଗୋରୁମହିଷାଣୀ-ବାଦାମ ପାହାଡ- କେନ୍ଦୁଝରକୁ ନୂତନ ରେଳ ସଂଯୋଗ ଓ ବାଙ୍ଗିରିପୋଷିରେ ଏକ ଗୋଦାମ ଗୃହ ନିର୍ମାଣ ନିମନ୍ତେ ମୟୂରଭଞ୍ଜ ଏପି- ଇଂ.ବିଶ୍ଵେଶ୍ଵର ଟୁଡୁ ରେଳ ମନ୍ତ୍ରଣାଳୟ ସହିତ ଆଲୋଚନା କରିଥିଲେ ।ବୁଢାମରା-ଚାକୁଳିଆ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଶୀଘ୍ର ଝାଡଖଣ୍ଡ ସରକାରଙ୍କ ସହିତ ଗୋଟିଏ ଏମଓୟୁ ସ୍ବାକ୍ଷର ହେବ। ଏ ସମ୍ପର୍କରେ ଝାଡ଼ଖଣ୍ଡ ସରକାର ହେମନ୍ତ ସୋରେନଙ୍କ ସହିତ ଏମ୍‌ପି ର ଟୁଡୁ କଥାବାର୍ତ୍ତା ହୋଇଛନ୍ତି । ଓଡ଼ିଶା | ସରକାରଙ୍କ ପକ୍ଷରୁ ଜମି ପ୍ରଦାନ କରିବା ପାଇଁ ସହମତି ପ୍ରକାଶ ପାଇଛି । ପ୍ରକଳ୍ପ ଇଁ ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ସରିବା ପରେ ଉକ୍ତ ରେଳପଥ ଦେଇ ବୁଢାମରା 1 ରେଳ ଷ୍ଟେଶନରୁ ଖଡଗପୁର-ମୁମ୍ବାଇ ରେଳପଥର ଚାକୁଳିଆ ପର୍ଯ୍ୟନ୍ତ – ସଂଯୋଗ କରାଯିବ  ଫଳରେ ଓଡିଶାରୁ କୁ ମୁମ୍ବାଇକୁ ଯିବା ପାଇଁ ରେଳପଥର  ଦୂରତ୍ବ କମିଯିବ । ପରସ୍ପର ରାଜ୍ୟରେ ଗମନାଗମନର ବିକଳ୍ପ ସୃଷ୍ଟି ହେବା ସହିତ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ହେବା ବୋଲି ଅଞ୍ଚଳବାସୀ ପ୍ରକାଶ ପରିଛନ୍ତି ।

Related Posts

About The Author

Add Comment