ବୁଗୁଡ଼ାରେ ତୃତୀୟ ପର୍ଯାୟରେ ୧୭୧ ଜଣଙ୍କୁ କୋଭିଡ ଟୀକା

Spread the love
ବୁଗୁଡା, ୦୧/୦୩/୨୧ (ସନ୍ଧାନ ନିଉଜ) : ବୁଗୁଡା ବ୍ଲକର ବରିଷ୍ଠ ନାଗରିକମାନଙ୍କୁ ମାର୍ଚ୍ଚ ୦୧ ତାରିଖ ଠାରୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୃତୀୟ ପର୍ଯାୟ କୋଭିଡ ଟୀକା ଦେବା ଆରମ୍ଭ ହୋଇଛି। ବୁଗୁଡା ବ୍ଲକ ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଟୀକା ଦାନ କାର୍ଯ୍ୟ ସୁଚାରୁଭାବେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ୧୭୧ ଜଣ ବରିଷ୍ଠ ନାଗରିକଙ୍କୁ ଟୀକା ଦିଆଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ହୋଇନାହିଁ। ପ୍ରତି ସପ୍ତାହରେ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ପାଞ୍ଚଦିନ କୋଭିଡ ଟୀକା ଦିଆଯିବ ବୋଳି ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।

Related Posts

About The Author

Add Comment