ସମ୍ବଲପୁର,ତା-୧୨/୦୮/୨୦୨୩( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ଆଜି ଶନିବାର ପୂର୍ବାହ୍ନ ୮:୦୦ ଘଟିକା ସମୟରେ ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଏକ ଶିକ୍ଷକ ଅଭିଭାବକ ସଭା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳନା କମିଟିର ସଭ୍ୟମାନେ ଯଥା ବରଗାଁ ସରପଞ୍ଚ ପ୍ରଭାସିନୀ ହୋତା, ବରିଷ୍ଠ ସଭ୍ୟ ବିଧାୟକ ପ୍ରତିନିଧି ଶ୍ରୀ ଗୋପିରଞ୍ଜନ ବେହେରା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ଉପରେ ଅଭିଭାବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ।ସେ ଅଭିଭାବକମାନଙ୍କୁ ବିଦ୍ୟାଳୟ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିବା ପାଇଁ ଉପଦେଶ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ତାଙ୍କ ଭାଷଣରେ ଅଭିଭାବିକା ମାନଙ୍କୁ ସିଧାସଳଖ ତାଙ୍କ ସହ ଯୋଗାଯୋଗ ରଖିବା ପାଇଁ ଅନୁରୋଧ କରିଥିଲେ। ସରପଞ୍ଚ ଶ୍ରୀମତୀ ହୋତା ଶିକ୍ଷକ ଅଭାବ ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ।ସଭା ଶେଷରେ ହିନ୍ଦୀ ଶିକ୍ଷକ ଶ୍ରୀ ଯୋଗେଶ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଏକ ଶିକ୍ଷକ ଅଭିଭାବକ ସଭା
|
August 12, 2023 |



