ବୀଣାପାଣି ଯୁବକ ସଂଘ ପକ୍ଷରୁ ସ୍ୱାଧନତା ଦିବସ ଅବସରରେ ବୃକ୍ଷରୋପଣ

Spread the love

ଚାନ୍ଦବାଲି, ୧୬/୦୮/୨୦୨୦ (ସନ୍ଧାନ ନିଉଜ) ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ କୋଇଲେଖା ଗ୍ରାମ ର ବୀଣାପାଣି ଯୁବକ ସଂଘ ପକ୍ଷରୁ ଆଜି ପବିତ୍ର ସ୍ୱାଧନତା ଦିବସ ଅବସରରେ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏବଂ ଆଜି ଭଳି ମହାନ ପବିତ୍ର ସ୍ଵାଧୀନତା ଦିବସ ରେ ଅମର ବୀର ମହାପୁରୁଷ ମାନଙ୍କୁ ଚିରସ୍ମଣୀୟ ରଖିବା ପାଇଁ ସହିତ ଆଜି ର ଆଗଧାଡିର କରୋନା ଯୋଦ୍ଧା ମାନଙ୍କ ପାଇଁ ଭଗବାନ ଙ୍କ ନିକଟରେ ମଙ୍ଗଳ କାମନା କରି ବୀଣାପାଣି ଯୁବକ ସଂଘ ର ସଭାପତି ଧରଣୀଧର ରାୟ (ଟୁନୁ ଭାଈ) ଙ୍କ ଏବଂ ଉପ ସଭପତି ନିରାକାର ବିଶ୍ବାଳ (ମୁନ୍ନା) ଙ୍କ ନିର୍ଦ୍ଦେଶନାରେ ରେ ଗ୍ରାମ ର ରାସ୍ତା କଡ଼ରେ ବୃକ୍ଷରୋପଣ କରାଯାଇ ଥିଲା। ରାସ୍ତା କଡ଼ରେ ବିଭିନ୍ନ ଫୁଲ ଗଛ ସହ ଅନାନ୍ୟ ଯାବତୀୟ ଗଛ ରୋପଣ କରିବା ସଙ୍ଗେ ଲୋକ ମାନଙ୍କୁ ଗୋଟିଏ ଗଛ କେମିତି ଆମ ଜୀବନ ବଞ୍ଚାଇ ପରେ ସେ ବିଷୟରେ ସମସ୍ତ ଙ୍କୁ ସଚେତନା କରାଇଥିଲେ। ବୃକ୍ଷରୋପଣ ପାଇଁ ସମସ୍ତ ପ୍ରକାର ବ୍ୟୟ ସଂଘ ରେ ଥିବା ବଳିଷ୍ଠ ମେମ୍ବର ପିଣ୍ଟୁ ବିଶ୍ଵାଳ କରିଥିଲା ବେଳେ ଅନ୍ୟ ସମସ୍ତ ମେମ୍ବର ମହେଶ,ବିକାଶ,ବାପୁନୁ, ପପୁ, ଙ୍କ ସହଯୋଗ ରେ ସମ୍ପୂର୍ଣ ହୋଇଥିଲା। ଏହା ବ୍ୟତିତ ଏହି ଯୁବକ ସଂଘ ବିଗତ ଦିନ ମାନଙ୍କ ରେ ଅନେକ ଉନ୍ନତି ମୁଳକ କାର୍ଯ୍ୟ ଗୁଡିକ କରିବା ସଙ୍ଗେ ସଙ୍ଗେ ଆସନ୍ତା ଭବିଷ୍ୟତରେ କେମିତି ଗ୍ରାମର ଅନାନ୍ୟ ଉନ୍ନତି ମୁଳକ କାର୍ଯ୍ୟ କରିବା ପାଇଁ ଗ୍ରାମ ର ୱାଡ଼ ମେମ୍ବର ହେମନ୍ତ ବିଶ୍ଵାଳ ଙ୍କ ସାହାଯ୍ୟ ସହଯୋଗ ଲୋଡିଥିଲେ ।

  

Related Posts

About The Author

Add Comment