କଟକ,୦୧/୦୪/୨୧ (ସନ୍ଧାନ ନିଉଜ) – ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା”(ବିସିଟି) କଟକ ଶାଖାକୁ ରକ୍ତଦାନ,ରୋଗୀସେଵା,କରୋନା ମହାମାରୀ ସଚେତନତା,ସାହିତ୍ୟ ସଂକୃତିର ବିକାଶ ଆଦି ଅନ୍ୟାନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଳାବିହାର,କନ୍ଦରପୁର ଅଞ୍ଚଳ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସରେ “ସରସ୍ୱତୀ ସେଵା ପ୍ରତିଭା ସମ୍ମାନ -୨୦୨୧” ପ୍ରଦାନ କରାଯାଇଛି,ଏହି ମର୍ଯ୍ୟାଦାବନ୍ତ ସମ୍ମାନକୁ ଟ୍ରଷ୍ଟ ପକ୍ଷରୁ ସଂଗଠନ ସମ୍ପାଦକ କବି ସୁରଜ ବେହେରା,ଉପ ସଭାପତି ଇଂ.କମଲେଶ ଶର୍ମା,ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ତଥା ବିସିଟି ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର, କଣ୍ଠଶିଳ୍ପୀ ଅମୀୟ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି ସାଦରେ ଗ୍ରହଣ କରିଥିଲେ । ଏହି ପ୍ରତିଭା ସମ୍ମାନ ଉତ୍ସବରେ ଅନ୍ୟ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ପ୍ଲୁମ୍ବିଙ୍ଗ ଓ ଅଗ୍ନୀ ନିରାପତ୍ତା ବିଭାଗ ଯନ୍ତ୍ରୀ ବସନ୍ତ ରାଉତ,ଚିତ୍ରଶିଳ୍ପୀ ସୈୟଦ ଅରମାନ,ଚିତ୍ରଶିଳ୍ପୀ ଲଳିତ ନାରାୟଣ ସ୍ୱାଇଁ,କୃତୀଛାତ୍ରୀ ପୁନମ ପ୍ରିୟଦର୍ଶିନୀ,ଇଂ.ଦୁଷ୍ମନ୍ତ ପାତ୍ର, ଏସସିବି ଅସ୍ଥିଶଲ୍ୟ ବିଭାଗର ଡାକ୍ତର ମଦନ ମୋହନ ସାହୁ,ଥେରାପିଷ୍ଟ ଲଷ୍ମୀପ୍ରିୟା ସେଠୀ,ଲିଶାରାଣୀ ସେଠୀ,ଫିଜିଓଥେରାପି ଛାତ୍ର ଆକାଶ ସେଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା ସମ୍ବର୍ଦ୍ଧିତ ।
|
April 1, 2021 |
