ବଡ଼ଚଣା ୦୮/୦୩ (ସନ୍ଧାନ ନିଉଜ) ସ୍ୱଚ୍ଛାସେବୀ ସଂଗଠନ ଉଦୀୟମାନ ପକ୍ଷରୁ ବିଶ୍ୱ ମହିଳା ଦିବସ ମଦରଟେରେସା ନିର୍ସିଂ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ସାମ୍ବାଦିକା ରଶ୍ମିତା ବେହେରା ସଭାପତିତ୍ୱ କରିଥିବା ବେଳେ ଶିକ୍ଷୟତ୍ରୀ ଲବଙ୍ଗଲତା ପରିଡା ଆନୁଷ୍ଠାନିକ ମଦର ଟେରେସାଙ୍କ ଫଟୋଚିତ୍ରରେ ଶଦ୍ଧାସୁମନ ଅପ୍ରଣ କରି ଉଦଘାଟନ କରିଥିଲେ । ଏଥିରେ ମୁଖ୍ର ଅତିଥି ଭାବେ ଶିକ୍ଷାବିତ୍ ଭାଗ୍ୟଧର ସାହୁ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମହିଳା ମିଶନର ସଂଯୋଜିକା ଦେବଯାନୀ ପ୍ରଧାନ, ମଖ୍ୟ ବକ୍ତା ଭାବେ ଅଧ୍ୟାପିକା ଚନ୍ଦ୍ରକଳା ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ପୂଜାରାଣୀ ବଳ,କବିୟତ୍ରୀ ପ୍ରମିଳା ପ୍ରତାପ, ଆଇନଜିବୀ ସବିତା ମିଶ୍ର ପ୍ରମୁଖ ଯୋଗଦେଇ ଆଜିର ନାରୀ ସବୁଗୁଣରେ ପରିପୂର୍ଣ୍ଣା ହୋଇ ସଂୟସିଦ୍ଧା ହୋଇପାରୁଛନ୍ତି । ନାରୀ ମାନେ ପୁରୁଷଙ୍କ ଉପରେ ନିର୍ଭରନକରି ସମାଜପାଇଁ କାର୍ଯ୍ୟକରିବା ସହିତ ଅନେକ କ୍ଷେତ୍ରରେ ପଛୁଆ ରହିଯାଉଥିବା ନାରୀ ମାନଙ୍କ ପାଇଁ ଶକ୍ତି ହୋଇ ସେମାନଙ୍କ ଆଗକୁ ଆଣିବା ଆବଶ୍ୟକ ବୋଲି ମତରଖିଥିଲେ । ଏହି ଅବସରରେ ନାରୀ ମାନେ ନିଜର କର୍ତ୍ତବ କରିଚାଲିବାର ଅବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ । ଏହି ଅବସରରେ ଶିକ୍ଷୟତ୍ରୀ କାଦମ୍ବିିନି ମିଶ୍ର, ସମାଜସେବୀକା ସରୋଜିନୀ ପଣ୍ଡା, ବି.କେ, ଶ୍ରଦ୍ଧା ପ୍ରମୁଖ ନିଜର ମତ ରଖିଥିବା ବେଳେ ବ୍ରଜଶ୍ୱରୀ ସଂହ, ମାନସୀ ଭଉଣୀ, କାଂଚନା ବାଳା ଦାସ, ସ୍ନେହଲତା ବାରିକ, ଜୋତ୍ସାରାଣୀ ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ସାହୁ, ମୋନାଲି ରାଉତ,ଜୟନ୍ତୀ ରାଓ,ରୀନା ରାଣୀ ପୃଷ୍ଟିଙ୍କ ଆର୍ଦଶ ମହିଳା ବିବେଚିତ କରାଯାଇ ମାନପତ୍ର ଏବଂ ଚାରା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ଅନୁଷ୍ଠାନର ସମ୍ପାଦନ ଅନିଲ ଦାସ, ଡକ୍ଟର କୌବଲ୍ୟ ମହାପାତ୍ର, ଚନ୍ଦନ କୁମାର ପଣ୍ଡା, ଉଲ୍ଲାସ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ପୁରସ୍ତମ ସାହୁ ଧନ୍ୟବାଦ ଦେଇଥିଲେ ।




