ରସୁଲପୁର, (ସନ୍ଧାନ ନିଉଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ଗ୍ରାମ ପଂଚାୟତ ଏବଂ ସିଡ୍ର ସହଭାଗୀତାରେ ବିଶ୍ୱ କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏଥିରେ ଅତଲାପୁର ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ ଅନେଶା କସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମକ୍ଷେତ୍ରରେ ଶ୍ରମକ ମାନେ ସବର୍ଦା ସୁରକ୍ଷିତ ରହିବା ଆବାଶ୍ୟକ, ଯଦି ଶ୍ରମକ ମାନେ ସୁରକ୍ଷିତ ରହିବେ ତେବେ ସେମାନଙ୍କ ପରିବାର ସୁରକ୍ଷିତ ରହିବା ସହିତ ଗ୍ରମ ବି ସୁରକ୍ଷିତ ରହିବ ଫଳରେ ଏକ ସାମାଜିକ ସ୍ତରରେ ସୁରକ୍ଷିତ ଗ୍ରାମ ଗଠନ ଲକ୍ଷ ସମ୍ଭବ ହୋଇପାରିବ ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷକ ହରେକୃଷ୍ଣ ସାହୁ , ବାଦଲ ସାହୁ ପ୍ରମୁଖ ଯୋଗଦେଇ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସହିତ ସଚେତନତା ଏବଂ ପ୍ରଶାସନିକ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ । ଏହାକୁ ପଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ କୁମାର ରାଉତ, ଗ୍ରାମ ରୋଜଗାର ସେବକ ମମତା ସାହୁ ପରିଚାଳନା କରିଥିବା ବେଳେ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ସିଆରପି, ଆଶା, ଅଙ୍ଗନଓାର୍ଡି କର୍ମୀ, ଏବଂ ବିଭିନ୍ନ ଗୋଷ୍ଠୀର ସଦସ୍ୟ ମାନେ ଯୋଗଦେଇଥିଲେ ।
ବିଶ୍ୱ କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ଦିବସ ପାଳିତ
|
May 4, 2023 |



