କଟକ,୨୪/୦୧/୨୦୧୨ (ସନ୍ଧାନ ନିଉଜ) ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍ କାଏମ୍ ରଖିଲେ ହାଇକୋର୍ଟ । ସଂଶୋଧିତ ଆଇନ୍ କୁ ଚାଲେଞ୍ଜ କରି ଦାୟର ହୋଇଥିବା ମାମଲା ବର୍ତ୍ତମାନ ଖାରଜ ହୋଇଛି ।
ପୁର୍ବରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ ଆଣିଥିଲେ ରାଜ୍ୟ ସରକାର । ୟୁଜିସି ନିୟମ ଉଲ୍ଲଂଘନ ହେବା ଅଭିଯୋଗରେ କିଛି ଅଧ୍ୟାପକ ହାଇକୋର୍ଟ ଯାଇଥିଲେ ।
ଭିସି ନିଯୁକ୍ତିରେ ଅତ୍ୟାଧିକ ସରକାରୀ ହସ୍ତକ୍ଷେପ ନେଇ ଅଭିଯୋଗ କରିଥିଲେ । ସୁଚନା ଅନୁସାରେ ବିଲ୍ର ଧାରା ୧୦ ଅନ୍ତର୍ଗତ ସିଣ୍ଡିକେଟ୍ର ଢାଞ୍ଚା ପରିବର୍ତ୍ତନ, ଧାରା ୨୧ରେ ଥିବା ଅଧ୍ୟାପକ ନିଯୁକ୍ତି ଓ ଧାରା ୨୨ରେ ଥିବା ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ନେଇ ସରକାରଙ୍କ ପ୍ରସ୍ତାବ ଉପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହାସହିତ ଏହି ବିଲ୍କୁ ନେଇ ବିଶିଷ୍ଟ ଶିକ୍ଷାବିତ୍ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ମତରେ ସରକାର ବିଶ୍ବବିଦ୍ୟାଳୟ ଆଇନରେ ଯେଉଁ ନୂଆ ସଂଶୋଧନ ଆଣିବାକୁ ଯାଉଛନ୍ତି ତାଦ୍ବାରା ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ରହିବ ନାହିଁ



