ଧର୍ମଶାଳା, (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗ୍ରାମପଞ୍ଚାୟତସ୍ଥିତ ବାବା ଗୋଖର୍ନେଶ୍ୱର ଯୁବକ ସଂଘ ଓ ଯାଜପୁର ନେହେରୁ ଯୁବ ସଂଗଠନ ଆନୁକୁଲ୍ୟରେ ୩ ତାରିଖ ଦିନ ବିଶ୍ଵ ସାଇକଲ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଗଙ୍ଗାଧରପୁର ଠାରୁ ଜାରକା ପର୍ଯ୍ୟନ୍ତ ଏକ ସାଇକେଲ ଶୋଭଯାତ୍ରା ଆୟୋଜନ ହୋଇଥିଲା। ସାଇକେଲ ଚଳାଇ ସୁସ୍ଥ ଜୀବନ ଯାପନ ରହିବାପାଇଁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଙ୍ଗଧରପୁର ପଞ୍ଚାୟତର ସରପଞ୍ଚ ତ୍ରିଲୋଚନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇକଲ ଚଳାଇବା ଦ୍ଵାରା ଶରୀର ସୁସ୍ଥ ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କିପରି ହୋଇପାରିବ ବୋଲି ଗୁରୁତ୍ଵ ଆରୋପ କରିଥିଲେ । ଏବଂ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ଦାମୋଦର ରାୟ, ବ୍ୟବସାୟିକ ଗୋଲକ କୁମାର ମହାନ୍ତି, ସମାଜ ସେବୀ ସମୀର ବେହେରା, କୃଷକ ନେତା ବିଦ୍ୟାଧର ରାଉତ, ଜିନୀୟସ୍ କୋଚିଙ୍ଗ ସେଣ୍ଟର୍ ର ମୁଖ୍ୟ ପ୍ରଭୁଦତ୍ତ ସାମଲ , ଶିକ୍ଷକ ଅନାମ ଚରଣ ପ୍ରଧାନ, ବାସୁଦେବ ମଲ୍ଲିକ, ଶରତ ମହାନ୍ତି ଯୁବକ ସଂଘର ସଭାପତି ସଞ୍ଜୟ ବେହେରା ଓ ସମ୍ପାଦକ ରାଜକିଶୋର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଧର୍ମଶାଳା ନେହେରୁ ଯୁବ ସଂଗଠନର ସଂଯୋଜକ ପ୍ରତାପ ବେହେରା, ଅରୁଣ ରଣା ଓ ଜିନିୟସ୍ କୋଚିଙ୍ଗ ସେଣ୍ଟର୍ ର ୭୦ ଜଣ ଛାତ୍ର, ଛାତ୍ରୀ ସାଇକଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।
ବିଶ୍ଵ ସାଇକଲ ଦିବସ ପାଳିତ
|
June 7, 2022 |
