ବଡଚଣା, ୨୨/୦୩/୨୧ (ସନ୍ଧାନ ନିଉଜ/ନରହରି ବିହାରୀ) : ବଡ଼ଚଣା ସ୍ଥିତ ମଦର ଟେରେସା ନର୍ସିଂଗ୍ଦୀ ସ୍କୁଲ ପରିସରରେ ଉଦୀୟମାନ ସେଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ବିଶ୍ବ ଜଳ ଦିବସ ଅବସରରେ ବୋହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖଙ୍କ ଅଭିଭାଷଣରେ ମତ ରଖିଥିଲେ ପ୍ରଫେସର ବସନ୍ତ କୁମାର ନାୟକଙ୍କ ସଭାପତିତ୍ବ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରମୋଦ କୁମାର ସାମଲ ମୁଖ୍ୟ ବକ୍ତା ଅଗ୍ନିସମ ଅଧିକାରୀ ପ୍ରଭାକର ସାହୁ ସମ୍ମାନିତ ବକ୍ତା ବନପାଳ ଅଧିକାରୀ ଶଶିକାନ୍ତ ବେହେରା ସମ୍ମାନିତ ଅତିଥି ଆଇନଜୀବୀ ସବିତା ମିଶ୍ର ଶିକ୍ଷୟିତ୍ରୀ ଶ୍ରୀମତୀ ରାଉତ ଗବେଷକ ମାନସ କୁମାର ରାଉତ, ଛତିଆ ପ୍ରେସକ୍ଲବ ସଭାପତି ଦିଗାମ୍ବର ମହାପାତ୍ର ନର୍ସିଂଗ୍ କଲେଜ ଅଧ୍ୟକ୍ଷ ପୁରୋସ୍ତମ ସାହୁ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମୟରେ ଜାଲର ରକ୍ଷଣାବେକ୍ଷଣ ଓ ଉତ୍କଟ ସମସ୍ୟା ଉପରେ ସରକାର ଏବଂ ସାଧାରଣ ଲୋକ ତତ୍ପର ହେଲେ ଆଗ କୁ ଏକ ମାହା ବିପତ୍ତିରୁ ରକ୍ଷା ପାଇପାରିବ ବୋଲି ମତବ୍ୟକ୍ତ କରିଥିଲେ.। ପରେ ଇଞ୍ଜିନିୟର ଶକ୍ତି କାନ୍ତ ସାମଲ ଓ ଆଇନଜୀବୀ ଅବିନାଶ କୁମାର ପଣ୍ଡାଙ୍କୁ ପରିବେଶ ସମ୍ମାନ ପ୍ରଦାନ କରାଯାଇଥିଲା ଏହି ଆଲୋଚନା ଚକ୍ରସଭାରେ ଅତିଥି ମାନଙ୍କ ପରିଚୟ ଅନୁଷ୍ଠାନର ସମ୍ପାଦକ ଅନିଲ କୁମାର ଦାସ ପ୍ରଦାନ କରିଥିବାବେଳେ ସ୍ଵାଗତ ଭାଷଣ ଶିକ୍ଷୟିତ୍ରୀ ରଶ୍ମିତା ସେଠି ଏବଂ ସମାଜ ସେବୀ ଉଲ୍ଲାସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.।
ବିଶ୍ଵ ଜଳ ଦିବସ ପାଳିତ
|
March 23, 2021 |