ବାରିପଦା,୫/୯(ଲିଙ୍ଗରାଜ ପଣ୍ଡା):-:ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ- ୧୯୮୯ ସଂଶୋଧନ ଓ ରେଭେନ୍ସା ବିଶ୍ବ ବିଦ୍ୟାଳୟ ଅଧିନିୟମ- ୨୦୦୫ର ପ୍ରତ୍ୟାହାରକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଜେପି କହିଛି, ଅଧାଦେଶ ଆଣି ରାଜ୍ୟ ସରକାର ଓଡ଼ିଶାରେ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ଅମଲାତନ୍ତ୍ରୀକରଣ ଓ ରାଜନୈତିକ ହସ୍ତକ୍ଷେପ ବଢେଇବା ସହ ଉଚ୍ଚଶିକ୍ଷାର ମାନଦଣ୍ଡକୁ ହ୍ରାସ କରାଇବା ପାଇଁ ଷଡ଼ ଯନ୍ତ୍ର ରଚି ଛନ୍ତି । ଏହି ପଦକ୍ଷେପ ସଂପୂର୍ଣ୍ଣଭାବେ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମିଳନୀରେ କୁହାଯାଇଛି ଯେ, ଓଡ଼ିଆ ପିଲାଙ୍କ ବୁଦ୍ଧିକୁ ଅଧିକ ପ୍ରୋତ୍ସାହନ ଓ ସେମାନଙ୍କୁ ଆଗକୁ ନେବା ପାଇଁ ବିଶ୍ବବିଦ୍ୟାଳୟର ସହୟତ୍ତା ରହିବା ଜରୁରୀ ଯଦି ବିଶ୍ବବିଦ୍ୟାଳୟରେ ପ୍ରଶାସନିକ ଓ ରାଜନୈତିକ କ୍ଷମତା ଠୁଳ କରାଯିବ ତେବେ ଶିକ୍ଷାର ବିବିଧତା-ସ୍ଥାନୀୟ ଆକାଂକ୍ଷାରେ ବଡ଼ ଅନ୍ତରଣ ତିଆରି ହେବ ଉଚ୍ଚଶିକ୍ଷାର ଏକ ବିଶେଷ ଅନୁଷ୍ଠାନ ଭାବରେ । ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ବିଶ୍ବବିଦ୍ୟାଳୟର ମୌଳିକ ସ୍ବାଧୀନତା ଏବଂ ଉନ୍ନତମାନର ଶିକ୍ଷାକୁ ଅନୁସରଣ କରି ବାର ସ୍ଵାଧୀନତା ରହିଛି । ଯଦି ବିଶ୍ବବିଦ୍ୟାଳୟର ସ୍ଵାଧୀନତା । ରାଜ୍ୟ ସରକାର ନରଖବେ, ତେବେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ସରକାରୀ ଅଧିକାରୀଙ୍କ ଅଧିକ ହସ୍ତକ୍ଷେପ ବିଶ୍ବ ବିଦ୍ୟାଳୟ ଗୁଡ଼ିକୁ ନଷ୍ଟ କରିଦେଇପାରେ ରାଜ୍ୟ ସରକାରଙ୍କ ନିଜସ୍ ପ୍ରତିନିଧିଙ୍କ ମାଧ୍ୟମରେ କୁଳପତିଙ୍କ ଦ୍ବାରା ଗଠିତ ୩ ଜଣିଆ ସଦସ୍ୟ ସିଣ୍ଡିକେଟ୍ ପ୍ରତିନିଙ୍କୁ ବଦଳାଇ କୁଳପତିଙ୍କୁ ନିଯୁକ୍ତ କରିବା ଦିଗରେ ରାଜ୍ୟ ସରକାରଙ୍କ ସ୍ଵଷ୍ଟ ଏଜେଣ୍ଡା ରହିଥିବାର ସନ୍ଦେହ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରିଛି । ସେହିପରି ଯଦି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡ଼ିକ କେନ୍ଦ୍ର ଲୋକସେବା ଆୟୋଗ ମାଧମରେ ନିଯୁକ୍ତି ଦେଇନାହାନ୍ତି ତେବେ ରାଜ୍ୟ ସରକର କାହିଁକି ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି କରିବାକୁ ନିଷ୍କରି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବହୁଳ ଭାବରେ କ୍ଷତି କରାଇବ । କେନ୍ଦ୍ର ସରକାର କିମ୍ବା ଅନ୍ୟ ସବୁ ରାଜ୍ୟ ସରକାର ଆରମ୍ଭ ହୋଇଥିବା ନୂଆ ଶିକ୍ଷା ନୀତି ୨୦ ୨୦ ଉପରେ ଦୃଷ୍ଟି ଦେଇଥିବା ବେଳେ ଓଡିଶା ସରକାର ଏହି ପ୍ରସଙ୍ଗରେ ବିଧାନସଭାରେ । କୌଣସି ଆଲୋଚନା ବା ତର୍କବିତର୍କ ନକରି ନିଜ କ୍ୟାବିନେଟରେ ଏହି କଠୋର ନିଷ୍ପତି ଗ୍ରହଣ କରିଛନ୍ତି । ସେହିପରି ରେଭେନ୍ସା କଲେଜରୁ
ଜନ୍ମ ନେଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟ ୧୮୬୮ ଆଦର୍ଶ ତଥା ମୂଲ୍ୟବୋଧକୁ ପ୍ରେରଣା ଦେବାରେ ଏକ ଅବିସ୍ମରଣୀୟ ଭୂମିକା ରହିଛି । ହେଲେ ଓଡ଼ିଶା ସରକାର ରେଭେନ୍ସା। ବିଶ୍ବବିଦ୍ୟାଳୟର ଅଧିନିୟମକୁ ଉଛେଦ କରିବା ଲଜାଜନକ ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବିଜେପିର ଏହି ସାମ୍ବାଦିକ ସମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୟରାଜ ହରିଚନ୍ଦନ ଓ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଉପସ୍ଥିତ ଥିଲେ।