ବାରିପଦା ୨୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାମନଘାଟୀ ଉପର ରାଇରଂଗପୁର ଅବକାରୀ ରେଞ୍ଜ ଅଧୀନରେ ବିଶୋଇ ଅବକାରୀ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଛି । ଅବକାରୀ ବିଭାଗର ନିଷ୍କ୍ରିୟତା ସୁଯୋଗରେ ଏହି ବ୍ଲକ ଅଂଚଳରେ ଚୋରା ଦେଶୀ ମଦ ପ୍ରସ୍ତୁତି ଠାରୁ ବେପାର ବେଧଡକ ଚାଲିଛି । ଏଠାରେ ଜଣେ ମାତ୍ର ଏସଆଇ ଓ ଜଣେ କନେଷ୍ଟବଳକୁ ନେଇ ଯେନତେନ ପ୍ରକାରେଣ କାର୍ଯ୍ୟାଳୟଟି ବାଲୁଥିଲା । ମାତ୍ର ଗତ ମାର୍ଚ୍ଚ ୨୧ ତାଲାବନ୍ଦା ଦିନ ଠାରୁ ଏହି ଅବକାରୀ କାର୍ଯ୍ୟାଳୟଛି ଅଧିକାଂଶ ଦିନ ତଲା ପଢୁଥିବା ଦେଖୁଢାକୁ ମିଳିଛି । ଏଠାରେ ନିଯୁକ୍ତ ଏସଆଇ ଜଣକ ବାହାର ଜିଲ୍ଲାର ଅଧିବାସୀ ହୋଇଥିବାରୁ ଅଧିକାଂଶ ଦିନ ସେ ଅନୁପସ୍ଥିତ ରହୁଥିବା ଜନସାଧାରଣ ଅଭିଯୋଗ କଛନ୍ତି । ଗତ ୪ ମାସ ଧରି ଅବକାରୀ କାର୍ଯ୍ୟାଳୟଟି ପ୍ରାୟ ବନ୍ଦ ରହୁଥିବାରୁ ଏହାର ପରିସରରେ ଅନାବନା ଗଛ ଲତା ଉଠି ଏକ ଅସ୍ଥିକର ପରିବେଶ ସୃଷ୍ଟି ହେଲାଣି।
ସୂଚନା ଯୋଗ୍ୟଯେ ୧୩ଟି ଫଚାୟତ ବିଶିଷ୍ଟ ଏହି ବ୍ଲକ ବାମନଘାଟା ଉପଖଣ୍ଡର ୭ଟି ବ୍ଲକ ମଧ୍ୟରେ ସର୍ବବୃହର । ଏହା ଦ୍ଵାରଶୁଣୀ ଘାଟି ଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟନ୍ତ ଏହାର ସାମା ପରିବ୍ୟାପ୍ତ । ୧୪୬ଟି ରାଜସ୍ବ ଗ୍ରାମ ଓ ୧୧ଟି ହାମଲେଟକୁ ନେଇ ୧୫୭ ଗ୍ରାମରେ ୭୪ ହଜାର ୫ଶହ ୭ ଜନ ସଂଖ୍ୟା (୨୦୧୧ ଜନ ଗଣନା) ଥିଲେ ହେଁ ଶତକଡ଼ାରୁ ୮୦ ଭାଗରୁ ଉଦ୍ଧ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ବସ କରନ୍ତି । ଅଧିକାଂଶ ଦାରିଦ୍ର ସାମାରେଖା ତଳେ ରହିଥିବା ବେଳେ ଚାଷ କାମ ସାଙ୍ଗକୁ ଦିନ ମଜୁରିଆ। ଓ, ପାରମ୍ପରିକ ବୃତ୍ତି ଧାରି ଅଟନ୍ତି । ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ଥକ୍କା ମେଣ୍ଟାଇବା ପାଇଁ
ସଂନ୍ଧ୍ୟାବେଳେ କର୍ମଠ ପୁରୁଷମାନେ ମଦ ପିଉଥିବା ବେଳେ ବର୍ତ୍ତମାନ ତାହା ସମସ୍ତଙ୍କ ନିଶାରେ ପରିଣତ ହୋଇଛି । ଏପରିକି ସକାଳ ପାହିଲେ, ସଂନ୍ଧ୍ୟା ହେଇ ମଦ ଭାଟି ଯିବାର ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଛି । କଷ୍ଟଳିତଧନ ମଦପଛରେ ଉଡ଼ୁଥିବା ବେଳେ ଧାର କରଜ କରି ଏପରିକି ଘରର ଆସବାବ ପତ୍ର ବିକ୍ରି କରି ମଦ ପିଇବାକୁ କେହି ପଛାଉ ନାହାଁନ୍ତି । ମଦର ଚାହିଦାକୁ ଲକ୍ଷ୍ୟକରି ବିଶୋଇ ଓ ମଣଦା ଅଂଚଳରେ ଗୋଟିଏ ଲେଖାଏଁ ସରକାରୀ ଦେଶୀ ମଦ ଭାଟି, ୨ଟି ବିକ୍ରୟ କେନ୍ଦ୍ର ଓ ୩ଟି ବିଦେଶା ଠିପି ବନ୍ଦ ମଦ ଦୋକାନ ଚାଲିଛି । ତେବେ ତାଲା ବନ୍ଦୀ ଓ ସଟଡାଉନ୍ ଭଳି ସ୍ଥିତିରେ କଟକଣା ପାଇଁ ଦୋକାନ ସବୁ ବନ୍ଦ ତଥା ବିଦେଶୀ ମଦର ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ଚୋରା ମଦ ପ୍ରସ୍ତୁତି ଓ ବେପାର ବେଧଡକ ବାଲିଛି। ୧୩ଟି ଫଚାୟତ ଅଞ୍ଚଳରେ କିଛି କିଛି ଗ୍ରାମରେ ଚୋରା ଦେଶୀ ମଦ ପ୍ରସ୍ତୁତି ହେବ ତାହା ବିଭିନ୍ନ ଗ୍ରାମ ବଜାର, ହାଟ ଆଦି ସ୍ଥାନକୁ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ବିଭିନ୍ନ ରସାୟନ ତଥା ବିଷାକ୍ତ ସାମଗ୍ରୀରେ ଚୋରା ମଦ ପ୍ରସ୍ତୁତି କୌଣସି ଘରେ ନ ହୋଇ ବଣ ଜଙ୍ଗଲ, ନଦୀପଠା ଆଦି ସ୍ଥାନରେ ହେଉଥିବା ଜଣାପଡ଼ିଛି । ଯାହାକି ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହାନିକାରକ ତାଠାରୁ ଅଧିକ ବିପଦ ଜନକ ଅଟେ । ଅଳ୍ପ ବୟସର ଯୁବ ଗୋଷ୍ଠୀ ତଥା ସାଧାରଣ ଜନତା
ଏହା ସେବନ କରି ଅକାଳ ମୃତ୍ୟୁର ଶିକାର ହେଉଛନ୍ତି । ଚୋରା ମଦ କାରବାର ରୋକିବା ତଥା ମଦ୍ୟପକୁ ମଧ୍ୟ ଗିରଫ କରାଯିବା ନିୟମ ଥିଲେ ହେଁ ତାହା ଦାସ୍ତବରେ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ବିଶୋଇ ଅବକାରୀ କାର୍ଯ୍ୟାଳଯଟି ତାଲାବନ୍ଦୀ ଠାରୁ ବନ୍ଦ ଥାଇ କର୍ମଚାରୀ ଶୂନ ହୋଇପଡିଛି । ଏହି ସମୟ ସୀମା ମଧ୍ୟରେ ଚୋରା ମଦ ପ୍ରସ୍ତୁତି ଓ କାରବାର ଖୁବ ଜୋରସୋରରେ ଚାଲିଥିବା ଜଣାପଡିଛି । ଆଭ୍ୟନ୍ତରୀଣ ଅଂଚଳରେ ପେଟ୍ରୋଲିଂ ପଡ଼ିଛି । କଙ୍କଡୋକୁ ଗୋଳିପାଣି ସୁହାଇଲାଭଳି ହାର ସୁଯୋଗ ନେଇ ଚୋରା ମଦ ବେପାରୀଙ୍କ କାରବାର ଭଲ ସୁହାଇଛି । ଅବକାରୀ ବିଭାଗ ସ୍ବତନ୍ତ୍ରଭାବେ ଚୋରା । କାରବାର ରୋକିବା ପାଇଁ କାର୍ଯ୍ୟକରୁଥିବା ବେଳେ ଏଠାକାର ଅବକାରୀ ବିଭାଗ ନିଷ୍କ୍ରିୟତା ଓ କୋମାରେ ଥିବା ଭଳି ଅନୁଭୂତ ହେଉଛି । ବିଭାଗର ଉଚ୍ଚ କଭୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



