କଟକ ତା:୨୮/୪/୨୦୨୩( ସନ୍ଧାନ ନିଉଜ) : କଟକ ସଦର ୪୨ ମୌଜା ଦେଉଳି ଗ୍ରାମର ବିଶିଷ୍ଟ ସମାଜସେବୀ, ପୂର୍ବତନ ଫୁଟବଲ୍ ଖେଳାଳି ତଥା ଧାର୍ମିକ ବ୍ୟକ୍ତିତ୍ଵ ଦେବେନ୍ଦ୍ର ନାଥ ପତିଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କ ବାସଭବନରେ ଅନୁଷ୍ଟିତ ହେଇଥିବା ସ୍ମୃତି ଚାରଣ ସଭାରେ ୪୨ ମୌଜା ବିକାଶ ପରିଷଦର ଉପଦେଷ୍ଟା ଅଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ଅଧ୍ୟାପକ ଗଣେଶ୍ୱର ଦାଶ,ଲଲାଟ ମହାନ୍ତି, ପ୍ରମୋଦ କୁମାର ମହାପାତ୍ର,ଅଶୋକ କୁମାର ମହାନ୍ତି,୪୨ ମୌଜା ଶାନ୍ତି କମିଟି ସଭାପତି ସମାଜସେବୀ ଶରତ କୁମାର ରାୟ,ପୂର୍ବତନ ସଭାପତି ଯୁଧିଷ୍ଠିର ପତି,ପ୍ରଫୁଲ୍ଲ କୁମାର ମହାପାତ୍ର,ନିକୁଞ୍ଜ ସ୍ବାଇଁ, ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ରୁଦ୍ର ନାରାୟଣ ଦାସ,ବିଜୟ କୁମାର ରାଉତରାୟ,ସଦର ବ୍ଲକ ଅଧ୍ୟକ୍ଷା ଅମ୍ବିକା ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାର୍ଥ,ଭଜକୃଷ୍ଣ ଲେଙ୍କା,ଉମାକାନ୍ତ ନନ୍ଦ,ସ୍ଵର୍ଗତ ପତିଙ୍କ ବଡ଼ ଭାଇ ଗ୍ରାମ ମୂରବୀ ରବୀନ୍ଦ୍ର ନାଥ ପତି,ପୁତ୍ର ୪୨ ମୌଜା ବିକାଶ ପରିଷଦର ବରେଣ୍ୟ ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର ସନ୍ତୋଷ କୁମାର ପତି,ପୁତ୍ରବଧୂ ଶିକ୍ଷାବିତ୍ ରଶ୍ମିତା ଦିକ୍ଷୀତ,ଝିଅ ସୁଚିତ୍ରା ପତି, ବିଚିତ୍ରା ପତି,ଜ୍ବାଇଁ ନବକିଶୋର,ସୁଧୀର ଏବଂ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଫୁଟବଲ୍ ଖେଳାଳି ଦେବେନ୍ଦ୍ର ନାଥ ପତିଙ୍କ ସ୍ମୃତି ଚାରଣ
|
April 28, 2023 |



