କଟକ( ସନ୍ଧାନ ନିଉଜ) : କଟକ ସଦର ବ୍ଲକ ୪୨ମୌଜା ଦେଉଳି ଗ୍ରାମର ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ,ବିଜେପି କର୍ମୀ, ଲୋକପ୍ରିୟ ରାଜନେତା ତଥା ଗ୍ରାମ ମୂରବୀ ସ୍ୱର୍ଗତ କରୁଣାକର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ୪୨ ମୌଜା ବିଜେପି ନେତା ପିଉଷ ପରିଡ଼ା,ମଙ୍ଗରାଜ ବେହେରା,ମୂରବୀ ରମେଶ ପତି, ସନ୍ତୋଷ କୁମାର ପତି, ଗୌରମୋହନ ପତି, ଅରିବନ୍ଦ ପତି, ପ୍ରବୀର ପତି,କୁନା ଦାଶ,କିରଣ ଦିକ୍ଷୀତ,ପ୍ରଫୁଲ୍ଲ ମହାପାତ୍ର,ଟୁକୁନା ମହାନ୍ତି,ସାମ୍ବାଦିକ ଅଜୟ କୁମର ଦାଶ, କମଳାକାନ୍ତ ରଥ,ଶିକ୍ଷାବୀତ ତ୍ରିଲୋଚନ ପତି ପ୍ରମୁଖ ସ୍ବର୍ଗତ ନନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୁତିଚାରଣ କରିଥିଲେ । ସ୍ଵର୍ଗତ କରୁଣାକର ନନ୍ଦଙ୍କ ପୁତ୍ର ଗୌରୀ ଶଙ୍କର ନନ୍ଦ,ଉମାଶଙ୍କର ନନ୍ଦ ଓ ଦୀପକ କୁମାର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବିଶିଷ୍ଟ ସମାଜସେବୀ କରୁଣାକର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
|
May 1, 2023 |



