ବିଶିଷ୍ଟ ଶିକ୍ଷାବିତ ଡ଼ଃ.ସେକ କଲିମୁଲ୍ଲା କରୋନା ସଂକ୍ରମିତ : ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଆଶୁ ଆରୋଗ୍ୟ କାମନା ଓ ଦୀପଦାନ  ।

Spread the love
କଟକ, ୧୪/୫/୨୦୨୧ (ସନ୍ଧାନ ନିଉଜ) – ବିଶିଷ୍ଟ ସମାଜସେବୀ,ସାହିତ୍ୟିକ,ଦକ୍ଷ ସଂଗଠକ ପ୍ରାଧ୍ୟାପକ ଡ଼ଃ.ସେକ କଲିମୁଲ୍ଲା କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାବେଳେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ,ଆନଂଦ ନୃସିଂହ ସ୍ମୃତି ସଂସଦ, ସରସ୍ୱତୀ କଳା ପରିଷଦ,ନେତାଜୀ ସୁଭାଷ ସ୍ମୃତି ପରିଷଦ,ବିଷ୍ଣୁପ୍ରିୟା ଚାରିଟେବିଲ ଟ୍ରଷ୍ଟ-ଓଡ଼ିଶା,ଉତ୍କଳ ବିକାଶ ପରିଷଦ,ଆଦର୍ଶ ଯୁବ ସଙ୍ଘ- ଭାରତ ପକ୍ଷରୁ ନାରାୟଣ ଚନ୍ଦ୍ର ମହାନ୍ତି, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଇଂ.ଅଶୋକ ବିଶ୍ଵାଳ,ରୁଦ୍ରନାରାୟଣ ଦାସ, କବୟିତ୍ରୀ ପ୍ରତିଭା ଶତପଥୀ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଅଭିରାମ ସାହୁ,ଚକ୍ରବର୍ତ୍ତୀ ଓତା,ପ୍ରଦୀପ ମହାଳି,ସଂଧ୍ୟାରଣୀ ଦାଶ,ବାବୁଲି ପାତ୍ର,ଅଜୟ ଦାସ, ରଶ୍ମିକାନ୍ତ ଶତପଥୀ,ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ବିମଳ ଚନ୍ଦ୍ର,ଉର୍ମିଳା ମହାନ୍ତି, ଶଙ୍କର୍ଷଣ ସେନାପତି,ବୁଲେଇ ବେହେରା,ବିନୋଦ ବେହେରା,ବୀରବର ଲେଙ୍କା,ଜୟନ୍ତ ଦାସ,ଜ୍ୟୋତି ରଞ୍ଜନ ଦାସ,ଯତୀନ୍ଦ୍ର ବେହେରା,ତ୍ରିଲୋଚନ ବାରିକ,ପୀତବାସ ସାହୁ,ଶିବ ପ୍ରସାଦ ପଣ୍ଡା,ବାସନ୍ତୀ ସାହୁ,ଶ୍ରୀବନ୍ତିକା ମହାନ୍ତି ପ୍ରମୁଖ କାର୍ଯ୍ୟକର୍ତା ଆଶୁ ଆରୋଗ୍ୟ କାମନା ପୂର୍ବକ ମଙ୍ଗଳ ପାର୍ଥନା କରି ଦୀପଦାନ କରିଛନ୍ତି । ସୂଚନାଯୋଗ୍ୟ ଡ଼ଃ.କଲିମୁଲ୍ଲା ବୟାଳିଶମୌଜା ଉପକଣ୍ଠ ସୁଦର୍ଶନ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଭବେ କାର୍ଯ୍ୟକରିବାସହ ଯୁବ ରେଡ଼କ୍ରସର କାଉସିଲର,ଜାତୀୟ ସେଵା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଭାବେ ବହୁ ପଦପଦବୀରେ କର୍ତ୍ତବ୍ୟ ସମ୍ପାଦନପରେ ଅଧୁନା ଚାକିରି ଜୀବନରୁ ଅବସର ନେଇ ବିଭିନ୍ନ ସଂଗଠନ ସହ ଜଡିତ ରହି ସମାଜସେବା,ସାହିତ୍ୟ ସେଵାରେ ସଦା ନିମଗ୍ନରହି ଯୁବପିଢ଼ି ମାନଙ୍କୁ ଜନ ହିତକର କାର୍ଯ୍ୟରେ ପ୍ରେରଣା ଯୋଗାଇ ଆସୁଛନ୍ତି ଏବଂ ସଦର ମାଟିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Related Posts

About The Author

Add Comment