ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜ ସେବୀ ଜିତେନ୍ ସାହୁଙ୍କର ହୃଦ୍ ଘାତରେ ପରଲୋକ

Spread the love

ଯାଜପୁର ୧୦/୦୭ (ସନ୍ଧାନ ନିୟୁଜ /ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମାର୍ଜିତାପୁର ଗ୍ରାମ ପଞ୍ଚାୟତ ଅଧିନ ସାଥୁଆ ପାଟଣା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ଜିତେନ୍ କୁମାର ସାହୁଙ୍କ

ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତର ଖାନାରେ ହୁଦ୍ ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା ।ସେ ଏକା ଧାରାରେ ଜଣେ ଶିକ୍ଷା ବିତ୍ ,ଦକ୍ଷ ସଂଗଂକ ସମାଜ ସେବୀ ଓ ମେଳାପୀ ବ୍ୟକ୍ତି ଥିଲେ।ସେ ନିଜ ଗ୍ରାମ କଲାଣ୍ଡସ୍ଥ ଦରିଦ୍ର ନାରାୟଣ ସେବା ସଂଘର ଜନୈକ ଉପଦେଷ୍ଟା ଭାବେ ବହୁ ଜନହିତକର କାର୍ଯ୍ୟକ୍ରମ ଜାରୀରଖି କିଛି ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ଏହା ଛଡ଼ା ଗତ୨୦୦୫ମସିହା ଠାରୁ କଲାଣ୍ଡ ଗ୍ରାମର ସଭାପତି ଓ ସ୍ଥାନୀୟ ମାଳହାଟ ଯଜ୍ଞକମିଟିର

ସଭାପତି ପଦବୀରେ ରହି ଉଲ୍ଲେଖନୀୟ  କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କର ପ୍ରିଅଭାଜନ

ହୋଇପାରିଥିଲେ ।ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ କଲାଣ୍ଡ, ସାଥୁଆ ପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ବୁଧବାର ଅପରାହ୍ନ ୨ ଘଟିକା ସମୟରେ ସ୍ୱର୍ଗତ ସାହୁଙ୍କର ମର ଶରୀର ପ୍ରଥମେ ତାଙ୍କର କାର୍ଯ୍ୟରତ ଶିକ୍ଷା ଅନୁଷ୍ଠାନ ସାଥୁଆ ପାଟଣା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବାପରେ ସେଠାରେ ଏକ ଶୋକା କୁଳ ପରିବେଶ ସୃଷ୍ଟି ହୋଇଥିଲା ।ପରେ ଏକ ଶୋଭାଯାତ୍ରାରେ ତାଙ୍କର ଶବକୁ ସାଥୁଆପାଟଣା ଓ ସେଠାରୁ କଲାଣ୍ଡ ଗ୍ରାମକୁ ଅଣାଯାଇଥିଲା । ଏତିକି ବେଳେ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଓ ରୁଣ୍ଡି ଭୁତ ଜନତା ତାଙ୍କର ଶେଷ ଦର୍ଶନ କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ଅପରାହ୍ନ ୫ଟା ସମୟର ଗ୍ରାମ ସ୍ମଶାନରେ ତାଙ୍କର ଶେଷ କୃତ୍ୟ ସପୃଣ୍ଣ କରାଯାଇଥିଲା ।ବଡ ପୁଅ ରାକେଶ ମୁଖାଖିନି ଦେଇଥିଲେ ।

Related Posts

About The Author

Add Comment