ବିଳମ୍ବିତ ରାତିରେ ତାଢି ଦେଲେ ପାନ ଗୁମୁଟି!

Spread the love

ରାଉରକେଲା,୨୧/୧୨/୨୦୨୦ (ସନ୍ଧାନ ନିଉଜ):  ଗତ ଶନିବାର ବିଳମ୍ବିତ ରାତ୍ରିରେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ(ସେକ୍ଟର-୨୨) ‘ଇ’ ବ୍ଲକରେ ଥିବା ଏକ ପାନ ଦୋକାନରେ ଅଜଣା ଦୁର୍ବୃତ କଳାକନା ବୁଲାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସାରନଗରୀ ‘ଇ ‘ବ୍ଲକ ନିକଟ ମାର୍କେଟରେ ପାନ ଦୋକାନ କରିଥିବା ରମେଶ ସାହୁ ସବୁଦିନ ପରି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳେ ସେ ଦୋକାନ ଖୋଲିବାକୁ ଆସିଥିବା ବେଳେ, ଦୋକାନର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।   ଦୋକାନୀ ରମେଶ ସାହୁଙ୍କ କହିବା ଅନୁଯାୟୀ, ଉକ୍ତ ପାନ ଦୋକାନରେ ଥିବା ଅଳ୍ପ କିଛି ସାମଗ୍ରୀ ସହ ଖୁଚୁରା ଟଙ୍କା ପଇସା ଚୋରି କରି  ଅଜଣା ଦୁର୍ବୁତ ଫେରାର ହୋଇ ଯାଇଛନ୍ତି । ଏହି ଚୋରି ସମ୍ପର୍କରେ ଥାନାରେ କୌଣସି ଏତଲା ଦାୟର ହୋଇ ନଥିବା ଜଣାପଡ଼ିଛି । ଗତ କିଛି ସପ୍ତାହ ପୂର୍ବରୁ ନିକଟରେ ଥିବା ଫାଷ୍ଟଫୁଡ଼ ଦୋକାନରୁ ଚୋରି ହୋଇଥିବା ବେଳେ,‘ଇ’ ବ୍ଲକ ମାର୍କେଟ ଅଂଚଳରେ ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment