ବିଲରେ ଧାନ କାଟିଲେ ନାବାଳକ

Spread the love

ମାଣତ୍ରୀ,03.12.2020 (ଲିଙ୍ଗରାଜ ପଣ୍ଡା):ବଡ଼ସାହି ଥାନା ଅଧୀନ ପଚସାରୀ ପଚାୟତର ଯମୁନାଦେଇପୁର ଲେଙ୍କାସାହି ଗ୍ରାମର ଗ୍ରାମବାସୀ ନାବାଳକଙ୍କୁ କାମରେ ଲଗାଇବା ନେଇ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଉକ୍ତ ସାହିର ସମସ୍ତ ଅସୀ ଆଦିବାସୀ ଶ୍ରେଣୀଭୁକ୍ତ ଅଟନ୍ତି  ସଂପୃକ୍ତ ସହିର ୪ ଜଣ ବକକୁ ଗତ ୧୭/୧୧/୨୦ରିଖ ମଙ୍ଗଳବାର ସାହିର ଅନ୍ୟ କେତେକ ପିଲାଙ୍କ ସହିତ ଖେଳ ପଡ଼ିଆରେ ଖେଳୁଥିଲେ । ଉକ୍ତ ପଡିଆରୁ ପଟିସାରୀ ଗ୍ରାମର ନିବାସୀ ଶ୍ରୀଯୁକ୍ତ ପ୍ରଭାତ କୁମାର ସିଂହ ପିତା ଶ୍ରୀଯୁକ୍ତ ଦାଶରଥ ଏହି ଚାରିଜଣ ପିଲାଙ୍କୁ ସନ୍ଧ୍ୟା ୪ଟା ସମୟରୁ ରାତ୍ର ୮ଗ ପର୍ଯ୍ୟନ୍ତ ବିଲକୁ ଡାକି ନେଇ ଧାନ କଟାରେ ଲଗାଇଥିଲେ । ପିଲା ମାନେ ସନ୍ଧ୍ୟା ବେଳକୁ ଘରକୁ  ନଫେରିବାରୁ ଅଭିଭାବକ ମାନେ ଖୋଜାଖୋଜି କରିଥିଲେ। କେହି ଜଣେ ବ୍ୟକ୍ତି ଶ୍ରୀଯୁକ୍ତ ସିଂହଙ୍କ ବିଲରେ ପିଲାମାନେ ଧାନ କାଟୁଛନ୍ତି ବୋଲି ଅଭିଭାବକଙ୍କୁ ଖବର ଦେଇଥିଲେ । ଅଭିଭାବକ ମାନେ ରାତି ୮ଟାରେ ଉକ୍ତ ବିଲରେ ପହଂଚି ଦେବାରୁ ପିଲା ମାନଙ୍କୁ ଲାଇଟ ଦେଖାଇ ବିଲରେ ଧାନ କଟାଯାଉଛି। ଧାନକଟା ବାବଦକୁ ଜଣକା ପିଛା ୧୦ଟଙ୍କା ଦେଇଥିବାର ପିଲା ମାନେ ପରିବାର ନିକଟରେ ପ୍ରକାଶ କରିଥିଲେ  ସରକାର ତ ନାବାଳକ ଶିଶୁ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ତରୁ ନିକରିବାକୁ କଠୋର ଆଇନ ପ୍ରଣୟନ କରିଛନ୍ତି । ନାବାଳକ ଶ୍ରମିକଙ୍କୁ କାମରେ ନିୟଜିତ କରାଉଥିବା ବ୍ୟକ୍ତି ମାନେ ଆଇନର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ କିଛି ମୁଷ୍ଠିବାଦୀ ବ୍ୟକ୍ତି ମାନେ ଏହାର ମୁନାଫା ନେଉଛନ୍ତି । ସେଥି ଯୋଗୁ ସମ୍ମୁ ହ ଗ୍ରାମବାସୀ ତଥା ନାବାଳକର ପିତା ମାତା ମାନେ ଏକତ୍ରୀତ ହୋଇ ଆଜି ବଡସାହି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି  ବଡ଼ସାହି ଓଆଇସି  ଗୋପାଳ କୃଷ୍ଣ କଣ୍ଠ ଏବଂ ଏସିଆଇ ଇନ୍ଦ୍ରଦେବା ଓରଙ୍ଗ ଅଭିଯୋଗ ପତ୍ର ଗ୍ରହଣ କରି ଏହା ଉପରେ  ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

 

Related Posts

About The Author

Add Comment