ବିଲକୁ ଚାଷ କରିବାକୁ ଯାଉଥିବା ବେଳେ ଅଘଟଣ: ପାୱାର ଟେଲର ଓଲଟି ଚାଷୀଙ୍କର ମୃତ୍ୟୁ,

Spread the love

ଜେନାପୁର/୧୨/୦୮/ସନ୍ଧାନ ନିଉଜ/(ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ମୁକୁନ୍ଦପୁର ଗ୍ରାମ ନିକଟରେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି ।ଆଜି ସକାଳୁ ଏକ ପାୱାର ଟ୍ରେଲର ଓଲଟି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଜେନାପୁର ଗ୍ରାମ ବରାଳ ସାହିର ଧୋଇଧର ସାହୁଙ୍କ ପୁଅ କାର୍ତ୍ତିକ ସାହୁ(୫୫)ସକାଳୁ ସକାଳୁ ମୁକୁନ୍ଦ ପୁର ଗ୍ରାମ ତଳକୁ ବିଲରେ ଚାଷ କରିବା ପାଇଁ ପାୱାର ଟ୍ରେଲର ନେଇ ଯାଇଥିଲେ  ବିଲରେ ଚାଷ ମଧ୍ୟ କରିଥିଲେ, ବିଲରେ ଚାଷ ସରିଯିବାପରେ ଘରକୁ ଆସିବା ପାଇଁ ରାସ୍ତା ଉପରକୁ ପାୱାର ଟ୍ରେଲର କୁ ଉଠାଉଥିବା ସମୟରେ ହଟାତ ପାୱାର ଟ୍ରେଲର ଟି କାର୍ତ୍ତିକର ଉପରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଯାହା ଫଳରେ କାର୍ତ୍ତିକ ଉପରେ ସମ୍ପୃନ ପଡିଯାଇଥିଲା ଯାହାଦ୍ୱାରା ସେଥିରେ ଲାଗିଥିବା ଲଙ୍ଗଳର କଣ୍ଟା ସବୁ କାର୍ତ୍ତିକ ଦେହରେ ଫୁଟି ଯାଇଥିଲା ଏବଂ ସେଇଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।ଖବର ପାଇ ଜେନାପୁର ପୋଲିସ  ଘଟଣା ସ୍ଥଳରେ ପହଁଚି ଶବ ଜବତ କରି  ବ୍ୟବଚ୍ଛେଦ ନିମନ୍ତେ ଦାନ ଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଏପାଖେ କାର୍ତ୍ତିକର ଅକାଳ ମୃତ୍ୟୁକୁ ନେଇ ଜେନାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related Posts

About The Author

Add Comment