କେନ୍ଦ୍ରାପଡ଼ା, ୧୪ /୩ (ସନ୍ଧାନ ନିୟୁଜ ) ଛୋଟି ଗାଁର ଦୁଇ ସାଙ୍ଗ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳି ନାହିଁ। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ାର ଛୋଟି ଗାଁରେ।
ଯାହାଙ୍କ ମୃତଦେହ ମିଳିଛି, ତାଙ୍କ ନାଁ ଆକାଶ ଦାଶ। ତାଙ୍କ ସାଙ୍ଗ ନାଁ ଦିବ୍ୟଜ୍ୟୋତି ପ୍ରଧାନ। ଖବର ଲେଖାଯିବା ସୁଦ୍ଧା ଦିବ୍ୟଙ୍କ ପତ୍ତା ମିଳିନି। ତାଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ କର୍ମଚାରୀ ମାନେ ଉଦ୍ୟମ ଜାରି ରଖିଛନ୍ତି।
ଆକାଶ ଓ ଦିବ୍ୟଜ୍ୟୋତି ଆଜି ମଧ୍ୟାହ୍ଣରେ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ପ୍ରଥମେ ଦିବ୍ୟ ଗଣ୍ଡରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକାଶ ବି ବୁଡ଼ି ଯାଇଥିଲେ।