ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପୂଜା 

Spread the love
ବୁଗୁଡ଼ା :୨୩ /୧/୨୦୨୧(ସନ୍ଧାନ ନିଉଜ) : ଓଡ଼ିଶାର ଦ୍ଵିତୀୟ ଅର୍କ କ୍ଷେତ୍ର ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ଉପଲକ୍ଷେ ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା। ପୁରୋହିତ ଚିତ୍ତ ରଂଜନ ମିଶ୍ରଙ୍କ ତତ୍ତ୍ବାବଧାନରେ ବୈଷ୍ଣବ ଚରଣ ଦାଶ, ହିମାଂଶୁ ଶେଖର ଦାଶ, ଶ୍ରୀକାନ୍ତ ମିଶ୍ର, ସୁବାଷ ଦାଶ, ରାମାନୁଜ ମହାପାତ୍ର, ଚିନ୍ମୟ ଦାଶ, ପ୍ରଶାନ୍ତ ମିଶ୍ର, ଶିବପ୍ରସାଦ ଦାଶ, ଲମ୍ବୋଦର ଦାଶ ପ୍ରମୁଖ ହୋମ କାର୍ଯ୍ୟ ସମ୍ପାଦନ କରିଥିଲା ବେଳେ କର୍ତ୍ତା ରୂପେ ମଠାଧୀଶ ଭକ୍ତ ରାମ ଦାସ ଯୋଗଦେଇଥିଲେ। ପ୍ରଭାତରୁ ଅବକାଶ, ସୂର୍ଯ୍ୟ ପୂଜା, ମଙ୍ଗଳ ଆରତୀ ଏବଂ ତ୍ରିକାଳ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତ ମାନେ ଆସି ମାନସିକ ପୂଜା କରିବା ସହ ବାମ୍ଫିର ପବିତ୍ର ଜଳକୁ ମସ୍ତକରେ ଲଗାଇଥିଲେ।

Related Posts

About The Author

Add Comment