ଯାଜପୁର ସଦର,ସନ୍ଧାନ ନ୍ୟୁଜ ୦୨ା୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପ୍ରୟାଗ କଲ୍ୟାଣ ମଣ୍ଡପ ପରିଶରରେ ବିରଜାଭୂମୀ ଏକ୍ସପ୍ରେସର ୨ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିରଜାଭୂମୀର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ସ୍ୱନକ୍ଷତ୍ର ଉତ୍ସବକୁ ବରିଷ୍ଠ ସାମ୍ବାଦିକ ଗୋରଖନାଥ ସାହୁ ପ୍ରଦ୍ୱିପ ପ୍ରଜ୍ଜଳନ କରି ମଞ୍ଚାସୀନ ଅତିଥି ମାନେ ଏହାକୁ ଉଦ୍ଘାଟନ କରିଥିଲେ । ଏହି ସ୍ୱନକ୍ଷତ୍ର ଉତ୍ସବରେ ବରିଷ୍ଠ ସ୍ତମ୍ବକାର ମୁଖ୍ୟଅତିଥି ଭାବେ ବିଜୟ କୁମାର ଦାସ ଯୋଗଦେଇଥିବା ବେଳେ, ଗଣମାଧ୍ୟମ ପ୍ରତିନିଧିମାନେ ଦୃନିତୀ ଭ୍ରଷ୍ଟାଚାର ବିରୋଧରେ କଲମ ଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନ୍ୟୀ ଅତିଥି ବରିଷ୍ଠ ସାମ୍ବାଦିକ ଗୋକର୍ଣ୍ଣିକା ସାହିତ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ଜେନା ଯୋଗଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସତ୍ୟ ସମ୍ବାଦ ପ୍ରକାଶ କରିବା ପାଇଁ ଶ୍ରୀଯୁକ୍ତ ଜେନା ତାଙ୍କ ବକ୍ତବ୍ୟ ରଖିଥିଲେ । ଶ୍ରୀଯୁକ୍ତ ଜେନା କହିଲେ ସତ୍ୟ ସମ୍ବାଦ ପ୍ରକାଶ କରିବାରେ ଆନନ୍ଦ ଥାଏ ଏଥିରେ ସମାଜର କଲ୍ୟାଣ ହେବା ସହିତ ସାଧାରଣ ଲୋକଟି ନ୍ୟାୟ ପାଇବା ପାଇଁ ଗଣମାଧ୍ୟମର ଭୁମିକା ରହିଥିବା ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ତମ୍ବକାର ସମ୍ମାନୀୟ ଅତିଥି ଓଳାଶୁଣି ପତ୍ରିକାର ସମ୍ପାଦକ ଶୁଭେନ୍ଦୁ କୁମାର ଭୂଇଁଆ ଯୋଗଦେଇ ସାମ୍ବାଦିକତା ସମ୍ପର୍କରେ ନିଜର ଅନୁଭୁତି ବର୍ଣ୍ଣନା କରିବା ସହିତ ଏ ସମାଜରେ ନ୍ୟାୟ ଲଢ଼େଇ କରିବା ପାଇଁ ଶ୍ରୀଯୁକ୍ତ ଭୂଇଁଆ ପରାମର୍ଶ ଦେଇଥିଲେ । ବିରଜାଭୂମୀ ଏକ୍ସପ୍ରେସର ବାର୍ତ୍ତା ସଂମ୍ପାଦକ ସାମ୍ବାଦିକ ସୁରେଶ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଲେ, ଅନିଲ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିରଜାଭୂମୀର ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିôତ ମାନେ ଉନ୍ମୋଚନ କରିବା ସହିତ ମଞ୍ଚାସିନ ଅତିଥି ବିଜୟ ଦାସ, ଗୋରେଖନାଥ ସାହୁ, ଶୁଭେନ୍ଦୁ ଭୂଇଁଆ, କୈବୟତ୍ରୀ ରୀନାରାଣୀ ମହାନ୍ତି, ରାମରତ୍ନ ଓଝା, ଆକୁଳି ଚରଣ ରାଉତ, ସମାଜ ସେବୀ ଗୋଲଖ ଚନ୍ଦ୍ର ପଲେଇ, ସେକ ଆଲ୍ଲାଉଦ୍ଦିନ, ଧିରେନ୍ଦ୍ର ମଲିକ, ସେକ କଲିମ, ରଞ୍ଜିତା ପରିଡ଼ା, କାର୍ତ୍ତିକ ମଲିକ, ସୁପ୍ରଭା ମଲିକ, ଅକା„ା ବିଶ୍ୱାଳ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସନୀୟ ହୋଇଥିବରୁ ବିରଜାଭୂମୀ ସ୍ୱନକ୍ଷତ୍ର ଅବସରରେ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲେ । ଏହି ପରିପ୍ରେକ୍ଷୀରେ କୈବୟତ୍ରୀ ରୀନାରାଣୀ ସଂଯୋଜନାରେ ବହୁ କବି କବିତା ପାଠ କରିଥିଲେ । ଆକା„ା ବିଶ୍ୱାଳ ଖବର ଦାତା ମାନସରଂଜନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ବିରଜାଭୂମୀ ଏକ୍ସପ୍ରେସର ସ୍ୱନକ୍ଷତ୍ର ଉତ୍ସବରେ ବହୁ ସାହିତିକ, ସାମ୍ବାଦିକ, କବି, ଲେଖକ, ବରିଷ୍ଠ ନାଗରିକ ମାନେ ଏହି ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦାନ କରିଥିଲେ ।
ବିରଜାଭୂମୀ ଏକ୍ସପ୍ରେସର ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଟିତ
|
October 2, 2023 |



