ବିଭ୍ରାଟ ହେଉଛି ମାଟ୍ରିକ ପରୀକ୍ଷା, ସବୁ ବେଳେ ଭାଇରଲ ହେଉଛି ପ୍ରଶ୍ନପତ୍ର

Spread the love
ଭୁବନେଶ୍ୱର,୩/୩ (ସନ୍ଧାନ ନିଉଜ) ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ। ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା, ଇଂରାଜୀ ପ୍ରଶ୍ନପତ୍ର  ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏଥର ଦୁଇ ଦୁଇଟି ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି।

ସବୁ ସତକର୍ତା ସତ୍ବେ ଥମୁନି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାରଇରାଲ । କ୍ରମାଗତ ଭାବେ ଭାଇରାଲ ହୋଇଚାଲିଛି ପ୍ରଶ୍ନପତ୍ର । ଶନିବାର ବଲାଙ୍ଗୀର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଚାଲିଥିବା ବେଳେ D ସେଟ୍ ର ପ୍ରଶ୍ନ ସହ ଏକ ଆଡମିଟ୍ କାର୍ଡ ମୋବାଇଲରୁ ମାବାଇଲକୁ ଘୁରି ବୁଲିଥିଲା । କଳାହାଣ୍ଡି ଜିଲ୍ଲା ପରମାନନ୍ଦ ହାଇସ୍କୁଲ ସେଣ୍ଟରରୁ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଆଡମିଟ୍ କାର୍ଡରୁ ସ୍ପଷ୍ଟ ହୋଇଛି । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେଣ୍ଟର ରିଲିଭର ପୁଷ୍ଫାଞ୍ଜଳୀ ଦଳପତି ଏହି ଭାରଇରାଲ କରିଛନ୍ତି ।

ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତୁରନ୍ତ ଆକ୍ସନକୁ ଆସିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି, ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ବି ନେଇଛନ୍ତି ବୋର୍ଡ ସଭାପତି । ପରମାନନ୍ଦ ହାଇସ୍କୁଲ ସେଣ୍ଟର ସୁପରିଟେଣ୍ଡଣ୍ଟ ରବୀନ୍ଦ୍ର ମୁଣ୍ଡ, ଇନଭିଜିଲେଟର ବ୍ରଜେନ୍ଦ୍ର ବେହେରା ଓ ରିଲିଭର ପୁଷ୍ପାଞ୍ଜଳୀ ଦଳପତୀଙ୍କୁ ତୁରନ୍ତ ନିଳମ୍ବନ କରାଯାଇଛି । ଏମାନଙ୍କ ବିରୋଧରେ ଜୟପାଟଣା ଥାନାରେ ଜିଲ୍ଲା ଶିକ୍ଷା ଅଧିକାରୀ ଏତଲା ଦେଇଛନ୍ତି ।

ପୂର୍ବରୁ ମାତୃଭାଷା ଓଡିଆ, ଇଂରାଜୀ ଓ ହିନ୍ଦି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୮ଜଣ ଗିରଫ ହୋଇଛନ୍ତି  । ଏତେ ସବୁ କଡ଼ା ପଦକ୍ଷେପ ସତ୍ବେ ପ୍ରଶ୍ନପତ୍ର କିଭଳି ଭାଇରାଲ୍‌ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ବାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଥିବା ଅଭିଯୋଗ ହେଉଛି ।

share and subscribe

Related Posts

About The Author

Add Comment