ବିଭିନ୍ନ ରାଜ୍ୟକୁ ବନ୍ୟା ସହାୟତା ରାଶି ଘୋଷଣା କଲା କେନ୍ଦ୍ର

Spread the love

ବାରିପଦା, 30.01.2021(ସନ୍ଧାନ ନିଉଜ୍):- ଦେଶର ୫ ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧିନରେ ଏହି ସହାୟତା ରାଶି ଅନୁମୋଦନ ହୋଇଛି। କେନ୍ଦ୍ର ସରକାର ଶୁକ୍ରବାର ୫ଟି ରାଜ୍ୟ ପାଇଁ ୧,୭୫୧.୦୫ କୋଟି ଟଙ୍କାର ଘୋଷଣା କରିଛନ୍ତି। ସେହି ୫ଟି ରାଜ୍ୟ ହେଲା ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ। ୨୦୨୦ ମୌସୁମୀ ବର୍ଷା ଜନିତ ଉପୁଜିଥିବା ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ରାଜ୍ୟ ପାଇଁ କେନ୍ଦ୍ର ସରକାର ସହାୟତା ରାଶି ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀ୍ୟ କମିଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପାଞ୍ଚଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି। ଆସାମ ପାଇଁ ସର୍ବାଧିକ ୪୩୭.୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ପାଇଁ ୭୫ କୋଟି ୮୬ ଲକ୍ଷ ଟଙ୍କା। ସେହିପରି ଓଡ଼ିଶା ପାଇଁ ୩୨୦ କୋଟି ୯୪ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ତେଲେଙ୍ଗାନା ପାଇଁ ୨୪୫.୯୬ କୋଟି ଓ ଉତ୍ତର ପ୍ରଦେଶ ପାଇଁ ୩୮୬.୦୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧିନ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିବା ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶର ଭାଇ ଓ ଭଉଣୀଙ୍କୁ ସାହାଯ୍ୟ କରିବାର ନିଷ୍ପତ୍ତି ନେଇଛନ୍ତି।

 

Related Posts

About The Author

Add Comment