ବିଭିନ୍ନ ଦାବି ନେଇ ରାଜ୍ୟ ସାମ୍ବାଦିକ ସଂଘ(ଏସୟୂଜେ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତୀକ ଧାରଣ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ

Spread the love

ସମ୍ବଲପୁର ତାରିଖ:୨୧/୦୨/୨୦୨୪( ସନ୍ଧାନ ନିଉଜ /ହେମନ୍ତ ଭଇଁଷା)ରାଜ୍ୟ ସାମ୍ବାଦିକ ସଂଘ (ଏସୟୂଜେ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ୪ ଦଫା ସମ୍ୱଲିତ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ଗଡନାଏକଙ୍କ ଜରିଏ ପ୍ରଦାନ କରାଯାଇଛି।ସୂଚନା ଅନୁଯାୟୀ, ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ(ଏସୟୁଜେ ) ଓଡ଼ିଶା,ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲା ସଦର ମହକୁମା ନାରୀସେବା ସଦନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ପ୍ରତୀକ ଗଣଧାରଣା ଦେଇଥିଲେ। ପ୍ରାୟ ଅଢେ଼ଇ ଘଣ୍ଟା କାଳ ଧାରଣାରେ ବସିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଗଡନାଏକ ଧାରଣ ସ୍ଥଳକୁ ଆସି ସାମ୍ବାଦିକ ବନ୍ଧୁ ମାନଙ୍କ ସହ ଆଲୋଚନା କରିଥିଲେ। ଏବଂ ନିଜ ପ୍ରକୋଷ୍ଠ କୁ ଆମନ୍ତ୍ରଣ କରି ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ରାଜ୍ୟ ସରକାରଙ୍କ ରାଜ୍ୟର ବିଭନ୍ନ ବର୍ଗର ଲୋକଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହିତ ସବୁ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଚାଲିଛନ୍ତି। ଅପରପକ୍ଷେ ସରକାରଙ୍କ ଜନକଲ୍ୟାଣ ଯୋଜନା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ସାମ୍ବାଦିକ ମାନେ ଗଣମାଧ୍ୟମରେ ଅବିରତ ଭାବେ ପ୍ରସାରିତ କରିଚାଲିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଭତ୍ତା ଏବଂ ଅବସର ନେଇ ସାରିଥିବା ସାମ୍ବାଦିକ ମାନଙ୍କୁ ମାସିକ ପେନସନ ପ୍ରଦାନ କରିବାରେ ସରକାର ହେଳା କରିଚାଲିଛନ୍ତି। ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣର ଓ ମିଛ ମାମଲା ମଧ୍ୟ ରୁଜୁ କରାଯାଇ ସେମାନଙ୍କ ମନୋବଳ କୁ ଦୁର୍ବଳ କରାଯାଉଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ସାମ୍ବାଦିକ ମାନଙ୍କ ସାମୟିକ ରହଣି ନିମନ୍ତେ ଗୋଟିଏ ଅତିଥି ଭବନ ମଧ୍ୟ ନାହିଁ। ଏପରି ସ୍ଥଳେ “ଏସୟୁଜେ ଓଡ଼ିଶା” ସଂଘ ସରକାରଙ୍କ ଠାରେ ଆଗରୁ ଅନେକ ଦାବି କରୁଆସୁଥିବା ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।                                               ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟ ଦାବି ଗୁଡ଼ିକ:
୧- ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ
୨- କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାସିକ ୨୫ ହଜାର ଟଙ୍କା ଭତ୍ତା ପ୍ରଦାନ
୩- ଅବସର ନେଇସାରିଥିବା ସାମ୍ବାଦିକ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ ପ୍ରଦାନ
୪-ଭୁବନେଶ୍ବରରେ ସାମ୍ବାଦିକ ଭବନ ନିର୍ମାଣ                                                                                                                             ଆଜିର ଧାରଣା ଏବଂ ଦାବି ପ୍ରଦାନ ବେଳେ ଜିଲ୍ଲା ସଭାପତି ଶ୍ରୀ ଦାନୀଙ୍କ ସମେତ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବହିଦାର, କୋଷାଧ୍ୟକ୍ଷ ଜିତେନ୍ଦ୍ର ମୁଦୁଲି, ସହ-ସମ୍ପାଦକ ଇ. ସଞ୍ଜୀବ ସାହୁ, ହେମନ୍ତ ଭଇଁସା, ଲିପନ ନାଏକ, ପ୍ରଦ୍ୟୁମ୍ନ ସାହୁ, ପ୍ରଦୀପ ଯୋଶୀ,ଏବଂ ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।

Related Posts

About The Author

Add Comment