ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ

Spread the love

ଚଣ୍ଡିଖୋଲ, ୧୪/୦୪ (ସନ୍ଧାନ ନିୟୁଜ)-ଲକଡାଉନ ସମୟରେ କେହି ଯେପରି ଭୋକରେ ନରୁହନ୍ତି ସେଥିପାଇଁ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ପ୍ରତ୍ୟେକ ଦିନ ୧୦୦ରୁ ୨୦୦ ରନ୍ଧାଖାଦ୍ୟ ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ରନ୍ଧାଖାଦ୍ୟକୁ ପଂଚାୟତର ବିଭିନ୍ନ ଗ୍ରମାରେ ଥିବା ଭିନ୍ନକ୍ଷମ, ବିକଳାଙ୍ଗ ଓ ଦିନ ମହୁରିଆ ଲୋକମାନଙ୍କ ପାଖରେ ପହଂଚାଇବାକୁ ମଧ୍ୟ ନିଦେ୍ର୍ଦଶ ରହିଛି । ମାତ୍ର ଏଥିରେ ବହୁ ପାତର ଅନ୍ତର ଓ ପ୍ରିୟାପ୍ରିତି ତୋଷଣ ହେଉଛି ବୋଲି ବହୁ ଲୋକ ଅଭିଯୋଗ କରିଛନ୍ତି । କିଛି ପଂଚାୟତରେ ନିଦ୍ଦିଷ୍ଟ କିଛି ରାଜନୈତିକ କର୍ମୀ ମାନଙ୍କୁ ଏହି ଖାଦ୍ୟ ବଂଟନ କରାଯାଉଛି । ଆଉ କିଛି ପଂଚାୟରେ ୨୦୦ଜଣ ଲୋକଙ୍କ ପାଇଁ ଖଅଦ୍ୟ ରନ୍ଧା ହେଉଥିବା କୁହାଯାଉଥିବା ବେଳେ ପ୍ରକୃତରେ ୧୦୦ଜଣ ଲୋକଙ୍କ ପାଇଁ ରନ୍ଧାକାଦ୍ୟ ଦେଇ ବାକି ପଇସା ହଡପ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ବହୁ ପଂଚୟତରେ କିଛି ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ରନ୍ଧାକାଦ୍ୟ ପ୍ରସ୍ତୁତ କରି ଦିଆଯାଉଥିଲା ବେଳେ ପଂଚାୟତ ତରଫରୁ ଏହି ଖାଦ୍ୟ ପ୍ରସ୍ତୁତ କରି ଦିଆଯାଉଛି ବୋଲି ଲୋକାମନଙ୍କୁ କୁହାଯାଉଛି । ଏହିସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ବ୍ଳକ ତରଫରୁ ନୋଡାଲ ଅଫିସର ମାନଙ୍କୁ ଦାୟିତ୍ୱ ୍ଦିଆଯାଇଥିଲା ବେଳେ ବାସ୍ତବ କ୍ଷେତ୍ରରେ ନୋଡାଲ ଅଫିସର ମାନେ ତଦାରଖ କରୁ ନଥିବା ମଧ୍ୟ ଅଭିଯୋଗ ହେଉଛି ।

Related Posts

About The Author

Add Comment