ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୩୦ା୦୧: ଯାଜପୁର ଜିଲ୍ଲା ରସୁଲପୋୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ଯୋଗ ଦେଇ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ପୂର୍ବତନ ସରପଂଚ ବରିଷ୍ଠ ନାଗରିକ ସମାଜ ସେବୀ ବିପିନ ବିହାରୀ ଦେଓ ଯୋଗଦେଇଥିଲେ । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତଃ ବିନୋଦ ବିହାରୀଙ୍କ ପ୍ରଚେଷ୍ଠାରେ କରାଯାଇଥିବା ବିବେକାନନ୍ଦା ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସରୋଜିନୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ମଞ୍ଚାସୀନ ଅତିôତମାନେ ସମ୍ମାନୀୟ ଅତିଥି ବ୍ରହ୍ମବରଦା ପଚାୟତର ସରପଂଚ ଶ୍ରୀମତୀ ମମତା ଶୁଭଦର୍ଶିନୀ ଦେଓ, ୩୬ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷାବିତ ବରୀ ବ୍ଲକର ଏବିଓ ପ୍ରଭଞ୍ଜନ ପତି, ରସୁଲପୁର ବ୍ଲକର ବିଓ ସୁଦର୍ଶନ ସାହୁ ଯୋଗଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲ୍ଲାଉଦ୍ଧିନ ଖାନ ଯୋଗଦାନ କରିଥିଲେ । ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଶଣ କରାଯାଇଥିଲା । ମୁଖ୍ୟବକ୍ତା ପ୍ରଭଞ୍ଜନ ପତି ତାଙ୍କ ବକ୍ତବ୍ୟ ଜାରୀ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ପ୍ରଶଂସା କରିବା ସହିତ ଏହି ଅନୁଷ୍ଟାନ ହୋଇଥିବାରୁ ମୁଁ ବହୁତ ଗର୍ବିତ ବୋଲି ପ୍ରଧାନ ଆଚାର୍ଯ୍ୟ ସରୋଜିନୀ ବେହେରାଙ୍କୁ ବିଧାୟୀକା ପ୍ରଶଂସା କରିବା ସହିତ ବିବେକାନନ୍ଦ ନାମରେ ଏହି ଶିକ୍ଷାକେନ୍ଦ୍ର ନାମିତ କରାଯାଇଥିବାରୂ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାଲାଗି ଶ୍ରୀମତୀ ଦାସ ପରାମର୍ଶ ଦେଇଥିଲେ । ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପଢ଼ୁଥିବା ଛାତ୍ର ଛାତ୍ରୀ ତାଙ୍କ ଅବିଭାବକ ମାନେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିବକୋନନ୍ଦ ଶିକ୍ଷାକେନ୍ଦ୍ରର ଗୁରୁଜୀ, ଗୁରୁମାଙ୍କ ସାହାଯ୍ୟ ସହଯୋଗରେ ବାର୍ଷିକ ଉତ୍ସବ ଉଦ୍‌ଜାପନ କରାଯାଇଥିଲା । ସମ୍ପାଦକ ବିବେକାନନ୍ଦ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା । କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Related Posts

About The Author

Add Comment