ଭଣ୍ଡାରିପୋଖରୀ , 09/03 (ସନ୍ଧାନ ନିଉଜ) ସ୍ବାମୀ ବିବେକାନନ୍ଦଙ୍କ ବାଣୀ – “ଯଦି ପଡିସା ଘରର କୁକୁର ଅଭୁକ୍ତ ଅଛି, ତେବେ ଧରିନେବ ତୁମେ ଜଣେ ସଂପୂର୍ଣ୍ଣ ମଣିଷ ହୋଇ ନାହିଁ “, ଏହା “ପରୋପକାରାୟ ପୂଣ୍ଣ୍ଯାୟ ପାପାୟ ପରପୀଡନମ” ର ମର୍ମ ବହନ କରେ। ଯୁବକ ମାନଙ୍କ ମଧ୍ଯରେ ଏହି ଭକ୍ତି ଦ୍ବୟ ସର୍ବଦା ପ୍ରେରଣାର ପ୍ରତୀକ ସ୍ବରୂପ କାଯ୍ଯ କରିଥାଏ । ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଓଡିଶାର ଯୁବ ଶାଖା ‘ବିବେକାନନ୍ଦ ଯୁବ ସଂସଦ’ ଏହି ଆଦର୍ଶକୁ ସର୍ବଦା ଚରିତାର୍ଥ କରିବାରେ ପ୍ରଯତ୍ନଶୀଳ ।
ରବିବାର ଦିନ ମଞୁରୀରୋଡ, ଶାନ ଶାସନ ପଂଚାୟତର ବଡ କଣ୍ଟାପଡା ଗ୍ରାମର ଅସହାୟ ହରିଜନ ବୃଦ୍ଧ , ନାମ -କାଠି ଯେନା ବୟସ -୯୦ରୁ ଉର୍ଦ୍ଧ । କେବଳ ବାର୍ଦ୍ଦକ୍ଯ ଭର୍ତ୍ତାକୁ ଛଡି ସମସ୍ତ ସରକାରୀ ସୁବିଧାରୁ ବଂଚିତ ଥିବା ସଂପୂର୍ଣ୍ଣ ଏକାକୀ ଜୀବନ ଅତିବାହିତ କରୁଥିବା ଏହି ବ୍ଯକ୍ତିଙ୍କୁ ଆର୍ଥିକ ସହାୟତ ସହ, ସୁଖିଲା ଖାଦ୍ଯ ଓ କିଛି ଅତି ଆବଶ୍ଯକିୟ ଆସବା ପତ୍ର ଏବଂ ବତ୍ସ ଆଦି ସହାୟତା କରାଯାଇ ଥିଲା । ବିବେକାନନ୍ଦ ଯୁବ ସଂସଦର ରାଜ୍ଯ ଆବାହକ ଅଧ୍ଯାପକ ଶ୍ରୀଯୁକ୍ତ ବିନାୟକ ଘୋଷଙ୍କ ନେତୃତ୍ବରେ ବୃଦ୍ଧଙ୍କ ଏହି ସବୁ ସହାୟତା ଯୋଗାଇ ଦିଆଯାଇଥିଲା ।ଏହି କାର୍ଯ୍ଯକ୍ରମରେ ନାଆଁମୀ ମହାବିଦ୍ଯାଳୟର ଗଣିତ ବିିଭାଗର ଅଧ୍ଯାପକ ଶ୍ରୀଯୁକ୍ତ ଚିନ୍ତାମଣି ମହାକୁଡ । ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ବୋଇତାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଯୁବ ସଂସଦର ଭଦ୍ରକ ଶାଖାର ଅନ୍ଯାନ ସଦସ୍ଯ ଭାବରେ ଶ୍ରୀମାନ ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଲେଇ , ସଂଯୁକ୍ତା ନାୟକ, ପୁଷ୍ପଲତା ଜେନା ,ବିପିନି କହଁର, ଚିନ୍ମୟ କୁମାର ପଣ୍ଡା, ପ୍ରମୁଖ ସହଯୋଗ କିରିଥିଲେ । ଆଗାମୀ ଦିନରେ ସଂସଦ ତରଫରୁ ତାଙ୍କର ସ୍ବାସ୍ଥ ଜନିତ ସହାୟତା ଯୋଗାଇ ଦେବାକୁ ସ୍ଥିର କରାଯାଇଛି। ଏହା ସହ ଉକ୍ତ ବୃଦ୍ଧଙ୍କ ସମସ୍ତପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ରାଜ୍ୟ ଆବାହକ ଦାବି ରଖିଛନ୍ତି ।


