ବିବେକାନନ୍ଦ ଯୁବ ସଂସଦ ଦ୍ୱାରା ସହାୟତା ରାଶି ପ୍ରଦାନ

Spread the love
ଭଦ୍ରକ ,୦୫/୦୭ (ସନ୍ଧାନ ନିଉଜ) ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସାନଶାସନ ପଞ୍ଚାୟତ ର ଜଣେ ଗରିବ ଯୁବକ ଙ୍କୁ ଚିକିତ୍ସା ଜନିତ ସହାୟତା ପାଇଁ ରାଜ୍ୟସ୍ତରୀୟ ସମାଜ ମଙ୍ଗଳ ଅନୁଷ୍ଠାନ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ , ସାନ ଶାସନ ପଞ୍ଚାୟତ ର ଭାଗବତ ଘୋଷ ଙ୍କ ପୁଅ ପ୍ରଦ୍ଯୁମ୍ନ ଘୋଷ (ବୟସ ୨୯) ଗତ ୧୩ ମାର୍ଚ୍ଚ ରେ ଧାମନଗର ବ୍ଲକର ଦୟୀପୁର ମଳିକ ସାହି ଛକ ଠାରେ ମଟର ସାଇକେଲ ନେଇ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣା ରେ ତାଙ୍କର ହାତରେ ଓ ଆଖିରେ ଗୁରୁତ୍ୱର ଆଘାତ ହୋଇଥିଲା। ଡ଼ାକ୍ତର ଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଶୁଣି ଗରିବ ବାପା- ମାଆ ଅର୍ଥ ଅଭାବ ରୁ ତତ୍କାଳୀନ ଚିକିତ୍ସା କରିପାରିଲେ ନାହିଁ। ଦିନ ଗଡିବା ସଂଗେ ସଂଗେ ପପ୍ରଦ୍ଯୁମ୍ନ ଙ୍କ ଗୋଟିଏ ଆଖି କୁ ଆଉ ଦେଖାଗଲା ନାହିଁ, ପରିସ୍ଥିତି ଅଣାଆୟତ ହେବାରୁ ପରିବାର ତଥା ଗ୍ରାମର କିଛି ଲୋକ ମିଶି ଆଖପାଖ ପାଞ୍ଚ ଖଣ୍ଡ ଗାଁରୁ ମାଗଣ କରି କଟକ ବଡ଼ ମେଡିକାଲ ନେଇ ଗଲେ । ସେଠାରେ ପ୍ରଦ୍ଯୁମ୍ନ ଙ୍କ ଆଖି ଅପରେସନ ହେଇପାରିବ ନାହିଁ ଶୁଣି ଭୁବନେଶ୍ୱର ଏକ ଘରୋଇ ହସପିଟାଲ କେୟ୍ୟାର ରେ ଗତ ୨୨ ଜୁନ ରୁ ପ୍ରଦ୍ଯୁମ୍ନ ଚିକିତ୍ସାଧିନ ଅଛନ୍ତି। ଆର୍ଥିକ ଅନାଟନ, କରୋନା ଭୂତାଣୁ ର ପାଦୁର୍ଭାବ ପରିବାର ଉପରେ କଳାବାଦଲ ପରି ଘେରି ବସିଛି। ଏସବୁ ପରିସ୍ଥିତି ବିଷୟରେ ଜାଣିବା ପରେ ବିବେକାନନ୍ଦ ଯୁବ ସଂସଦ ତରଫରୁ ରାଜ୍ୟ ଆବାହକ ଅଧ୍ୟାପକ ବିନାୟକ ଘୋଷ, ସଂଗଠନ ର ସେବା ସଂଯୋଜକ ନରେନ୍ଦ୍ର ପିଙ୍ଗୁଆ  ପରିବାର ଲୋକଙ୍କୁ ଭେଟି ପିତାମାତା ଙ୍କୁ ସାନ୍ତ୍ବନା ଦେବା ସହ ₹ ୨୧୭୫୧  ଟଙ୍କାର ଅର୍ଥ ରାଶି ପ୍ରଦ୍ଯୁମ୍ନ ଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଦାନ କରିଥିଲେ। ତେବେ ପ୍ରଦ୍ଯୁମ୍ନ ଓ ତାଙ୍କ ପରିବାର ର ଏହି ଦୁଃସମୟରେ ପ୍ରଶାସନିକ ସାହାଯ୍ୟ, ସରକାରୀ ସୁବିଧା ସୁଯୋଗ ପାଇଁ ସଂଗଠନ ତରଫରୁ ଅନୁରୋଧ ପ୍ରଦାନ କରିଥିଲେ।

Related Posts

About The Author

Add Comment