ବିବେକାନନ୍ଦ ଯୁବ ସଂସଦକୁ ଭଦ୍ରକ ଜିଲ୍ଲାର ସର୍ବୋତ୍ତମ ସକ୍ରିୟ ସାମାଜିକ ଅନୁଷ୍ଠାନ ଭାବରେ ମିଳିଲା କେନ୍ଦ୍ରୀୟ ମାନ୍ୟତା

Spread the love
ଭଣ୍ଡାରିପୋଖରୀ, ତା ୧୬.୦୩.୨୦୨୨ (ସନ୍ଧାନ ନିଉଜ) ବୁଧବାର ଦିନ ‘ନେହେରୁ ଯୁବ କେନ୍ଦ୍ର ସଂଗଠନ’, ଯୁବ ଓ କ୍ରୀଡା ବିଭାଗ ଭାରତ ସରକାର ତରଫରୁ ଭଦ୍ରକ ଗାନ୍ଧୀ ପଡିଆ ନିକଟସ୍ଥ ସୀତାରାମ କଲ୍ୟାଣ ମଣ୍ଡପରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ପଦ୍ମନ କୁମାର ରାଏଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭଣ୍ଡାରିପୋଖରୀ ବକ୍ଲର ବିବେକାନନ୍ଦ ଯୁବ ସଂସଦକୁ ଜିଲ୍ଲାର ଶ୍ରେଷ୍ଠ ସକ୍ରୀୟ ସାମାଜିକ ସଂଗଠନ ବା ଯୁବ ସଂଙ୍ଘୋଷ୍ଠୀ ଭାବରେ ୨୦୨୧-୨୨ ମସିହା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରଷ୍କାର ରାଶି ଭାବରେ ₹୨୫,୦୦୦ ଟଙ୍କା , ମାନପତ୍ର ସମେତ କିଛି କ୍ରୀଡା ଉପକରଣ ପ୍ରଦାନ କରାଯାଇଥିଲା। ଯୁବ ସଂସଦର ରାଜ୍ୟ ଆବାହକ ରେଭେନ୍ସା ବିଶ୍ବବିଦ୍ୟାଳୟର ଗବେଷକ ତଥା ଅଧ୍ୟାପକ ଶ୍ରୀ ବିନାୟକ ଘୋଷ ଓ ଅନ୍ୟାନ ସଦସ୍ୟ ସମେତ ଏହାକୁ ଗ୍ରହଣ କରିଥିଲେ।  ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ଏମ୍.ବିଘ୍ନେଷ , ପ୍ରତିଷ୍ଠିତ ସ୍ତମ୍ଭକାର ଶ୍ରୀଯୁକ୍ତ ଅଭୟ ଦିବେଦୀ , ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି, ପ୍ରଗତି ଯୁବକ ସଂଙ୍ଘର ସଂପାଦକ ଶ୍ରୀଯୁକ୍ତ ଦେବବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଅଗ୍ରଣୀ ଯୁବକ ସଂଙ୍ଘର ସଦସ୍ୟ ମାନଙ୍କୁ ତୃଣମୂଳ ସ୍ତରରେ ଯୁବକ ମାନଙ୍କୁ ଏକତ୍ରୀ କରି ସମାଜ ମନସ୍କ କରାଇବା ସହ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବା ପାଇଁ ବକ୍ତବ୍ୟ ରଖିଥିଲେ। ୧୯୮୯ ମସିହାରୁ ବିବେକାନନ୍ଦ ଯୁବ ସଂସଦ ପୂଜ୍ୟ ସ୍ବାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବ ବର୍ଗଙ୍କୁ ନେଇ ନିଷ୍ଠାପର ଭାବରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ ଦିନଧରି ନିରନ୍ତର ଭାବରେ କିପରି ବିଭିନ୍ନ ଦିଗରୁ ସକ୍ରିୟ କାର୍ଯ୍ୟ କରୁଛି ସେ ବିଷୟରେ ସମ୍ବର୍ଦ୍ଧିତ ଯୁବ ସଂସଦର ରାଜ୍ୟ ଆବାହକ  ଶ୍ରୀ ଘୋଷ ଉପସ୍ଥାପନ କରିବା ସହ ଭଦ୍ରକ ନେହେରୁ ଯୁବ କେନ୍ଦ୍ରକୁ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଚାଳନାରେ କାର୍ଯ୍ୟାଳୟ କର୍ମଚାରୀ ଗୌର ମୋହନ ସାହୁ , ସତ୍ୟବ୍ରତ ଦାସ, ମହାଦେବ ନନ୍ଦ , ଜୟଦେବ ଥିବା ବେଳେ ମିତାଞ୍ଜଳୀ ଦାସ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment