ବିବାହ ମଣ୍ଡପରେ ଆତ୍ମଘାତୀ ବିଷ୍ପୋରଣ : ୬୩ ମୃତ, ୧୭୧ ଆହତ

Spread the love

ନୂଆ ଦିଲ୍ଲୀ ୧୮/୦୮ (ସନ୍ଧାନ ନିଉଜ) ଶନିବାରଦିନ କାବୁଲର ଦାରୁଲମାନରେ ହୋଇଛି ବଡ଼ ଧରଣର ବିଷ୍ପୋରଣ। ଏଠାରେ ଅଳ୍ପସଂଖ୍ୟକ ଶିୟା ହଜାରା ସମୁଦାୟର ଲୋକ ରୁହନ୍ତି। ଏହି ସମୁଦାୟର ଲୋକମାନେ ଏକ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହି ସମୟରେ ଆତ୍ମଘାତୀ ବିଷ୍ପୋରଣ ହୋଇଥିଲା। ଏଥିରେ ପ୍ରାୟତଃ ୬୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୧ଜଣ ଆହତ ହୋଇଛନ୍ତି। ଆଫଗାନିସ୍ଥାନର ପତ୍ରକାର ବିଲାଲ ସରବରୀଙ୍କ ମୁତାବକ, ହଜାରା ସମୁଦାୟର ବିବାହ ମଣ୍ଡପରେ ବିଷ୍ପୋରଣ ହୋଇଥିଲା। ଗୃହ ମନ୍ତ୍ରଣାଳୟର ପ୍ରବକ୍ତା ନୁସରତ ରହିମିଙ୍କ କହିଛନ୍ତି, ଏହି ଘଟଣା ଶନିବାର ରାତିରେ ସ୍ଥାନୀୟ ସମୟ ୧୦.୪୦ (ଭାରତୀୟ ସମୟାନୁସାରେ ୧୧.୪୦) ରେ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ବିଷ୍ପୋରଣ ସମୟରେ ୱେଡିଙ୍ଗ ହଲରେ ଅନେକ ଅତିଥି ଥିଲେ। ଆହତମାନଙ୍କୁ ନିକଟରେ ଥିବା ହସ୍ପିଟାଲମାନଙ୍କରେ ଭର୍ତି କରାଯାଇଛି। ଏବେ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣାରେ ନିଜକୁ ଦାୟୀ କରିନାହାଁନ୍ତି।

Related Posts

About The Author

Add Comment