ବିବାହ ଭୋଜି ଆୟୋଜନ ମହଙ୍ଗା ପଡିଲା :କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ୨୦ ହଜାର ଟଙ୍କା ଜରିମାନା ଆଦାୟ 

Spread the love

ବାଲିଗୁଡା,୨୭/୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଆୟୋଜକଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଭୋଜି ଆୟୋଜକ କିରଣ କୁମାର ପ୍ରଧାନ ବୁଧବାର ୨୦ ରୁ୨୫   ଜଣଙ୍କୁ ବିବାହ ଉତ୍ସବକୁ ଡାକିବେ ବୋଲି ପୋଲିସଠାରୁ ଅନୁମତି ନେଇଥିଲେ। ବିବାହ ପରେ ଗୁରୁବାର ସେ ଘର ନିକଟରେ ମାତ୍ର ୨୦ରୁ ୨୫ ଜଣଙ୍କ ପାଇଁ ଭୋଜିର ବ୍ୟବସ୍ଥା କରି ଘରଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ୨ ହଜାର ଲୋକଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଏକ୍‌ଜିକ୍ୟୁଟିଭ ମାଜିଷ୍ଟେଟ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ପୋଲିସ କର୍ମଚାରୀଙ୍କ ସହ ଚଢ଼ାଉ କରି ଭୋଜି ବନ୍ଦ କରିଥିଲେ।

Related Posts

About The Author

Add Comment