ବିବାହ ପ୍ରତିଶୃତି ସହିତ ଶାରୀରିକ ସମ୍ପର୍କ ରଖି ଶେଷରେ ଯୁବକ ଯୁବତୀଙ୍କୁ ପଥଭ୍ରାନ୍ତ କରିବା ନେଇ ଥାନାରେ କେଶ ରୁଜୁ

Spread the love

ସୁନ୍ଦରଗଡ଼ ତା:୦୮-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଯୁବତୀ ଙ୍କୁ ବିବାହ ର ପ୍ରତିଶୃତି   ଦେଖାଇ ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ଶେଷରେ  ଯୁବତୀଙ୍କୁ ଗ୍ରହଣ ନ କରିବା କଥା ସାମ୍ନା କୁ ଆସିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ କୁରେଇ ଗ୍ରାମର ଜୈନେକ ଯୁବତୀ ପ୍ରାୟ ୧ବର୍ଷ ହେବ ସଦର ଥାନା ଅନ୍ତର୍ଗତ ଖୁଟଗାଁ ଗ୍ରାମ ର  ଆଶିଷ ନାଏକ (୨୧) ନାମକ ଯୁବକ ଙ୍କ ସହିତ ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖିଲା l ଶେଷ ରେ ଜୈନେକ ଯୁବତୀ ଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବା ପାଇଁ ମନା କରି ଦେବା ନେଇ ଆଜି ଜୈନେକ ଯୁବତୀ ଜଣକ ତଲସରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଗର୍ଭବତୀ ନ ହେବା ପାଇଁ ଯୁବକ ଜଣକ ତାଙ୍କ ଅଜାଣତରେ ଔଷଧ ଖାଇବା ପାଇଁ ଦେଉଥିଲେ କିନ୍ତୁ ସେ ଔଷଧ କୁ ଅଜାଣତ ରେ ଖାଉଥିଲେ ବୋଲି ଜୈନେକ ଯୁବତୀ ଜଣକ ପ୍ରକାଶ କହିଛନ୍ତି l ଜୈନେକ ଯୁବତୀ  ଆଶିଷ ନାଏକ ଙ୍କୁ ପ୍ରେମ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛି ତେଣୁ ତାଙ୍କୁ  ବିବାହ କରି ଘର ସଂସାର କରିବି ବୋଲି ଜୈନେକ ଯୁବତୀ ଥାନାରେ ଲିଖିତ ଦେଇ ଦୃଢକ୍ତି କରିଥିଲେ । ଏ ନେଇ ଥାନା ଅଧିକାରୀ ଏକ କେଶ ନମ୍ବର ରୁଜୁ କରିଥିବା ଜଣାପଡିଛି । ତା ସହିତ ଏହି ଅଭିଯୋଗ ପରେ ସଦର ଥାନାରେ ଲିଖିତ ଅଭିଯୋଗ ପାଇଁ ଯାଉଥିବା ଜନୈକ ମହିଳା ସୂଚନା ଦେଇଛନ୍ତି ।

Related Posts

About The Author

Add Comment