ଆଠଗଡ଼, ୧୦.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ପୋଲିସ ଉପରକୁ ବୋମାମାଡ଼ ଆଠଗଡ଼ ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ପୋଲିସ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତ ଅବସ୍ଥାରେ ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶ୍ରୀ ସିମେଣ୍ଟ କମ୍ପାନୀର ବିଦ୍ୟୁତ ତାର ଭିଡାକୁ ନେଇ ଜମି ହିତାଧିକାରୀ ଏବଂ ଓପିଟିସିଏଲ୍ କର୍ମଚାରୀ ମୁହାଁମୁହିଁ ହୋଇଥିଲା । ବିବାଦକୁ ସମାଧାନ କରିବା ପାଇଁ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ବିବାଦର ସମାଧାନ କରିବାକୁ ଯାଇ ପୋଲିସ ଉପରକୁ ବୋମାମାଡ଼ ହୋଇଥିବା ଖବର ମିଳିଛି । ଯେଉଁଥିରେ କି ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ପରିସ୍ଥିତିତୁ ଦେଖି ଘଟଣା ସ୍ଥଳରେ ଚୌଦ୍ବାର ଏସ୍ଡିପିଓ, ୨ ଜଣ ଆଇଆଇସି ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଦୀର୍ଘ ଦିନ ହେବ ଏହାକୁ ବିରୋଧ କରି ଆସୁଥିଲେ ଜମି ମାଲିକମାନେ। ଯାହାର ପରିଣତି ପୋଲିସକୁ ଆଜି ଭେଗୀବାକୁ ପଡିଛି ।