ବିପ୍ଳବ ଡାକରା ଦେଲା ସଚେତନ ନାଗରିକ ମଞ୍ଚ: ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ମରାମତି ପ୍ରତିବାଦରେ

Spread the love

ଯାଜପୁର/ଜେନାପୁର, ୧୪/୦୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଦୁବୁରୀ ୫୩ ନମ୍ବରଜାତୀୟ ରାଜପଥ ଏବେ ମରଣ ଯନ୍ତା ପାଲିଟିଛି ।ପ୍ରାୟ ପ୍ରତିଦିନ ଏହିରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟି ସାଧାରଣ ଲୋକଟିଏ ମୃତ୍ୟୁ ବରଣ କରିବା ସହ ଅନେକ ମଧ୍ୟ ଆହତ ହେଉଛନ୍ତି । ପ୍ରାୟ ବର୍ଷକ ମଧ୍ୟରେ ୪୫ ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।ଏହା ଛଡା ଏହି ରାଜ ପଥରେ କବାଟବନ୍ଧ ନିକଟରେ ଥିବା ଦୀର୍ଘ୧,୫କି, ମି ବ୍ରାହ୍ମଣୀ ସେତୁଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଏବଂ ଜନସାଧାରଣ ଏ ନେଇ ବାରମ୍ବାର ଆନ୍ଦୋଳନ ଏବଂ ପ୍ରଶାସନ, ଏନେ ,ଏଚେ ,ଆଇ କତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ଗତ ୧୦/୧୨/୧୮ରିଖରେ ସେତୁ ନିକଟରେ ଏନେ,ଏଚେ,ଆଇ କତ୍ତୃପକ୍ଷ ପହଞ୍ଚି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସେତୁର ପୁନରୁଦ୍ଧାର ଏବଂ ଚଣ୍ଡିଖୋଲ ରୁ ଦୁବୁରୀ ପର୍ଯନ୍ତ ରାସ୍ତାର ୪ ଲେନ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।କିନ୍ତୁ ପ୍ରତିଶୃତି ଏବେବି ମଧ୍ୟ ପ୍ରତୀକ୍ଷାରେ ରହିଛି।ବ୍ରାହ୍ମଣୀ ସେତୁର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା”ଅଭିସ୍ପା”construction ଅଧାରୁ କାମ ବନ୍ଦକରି ଛୁ ମାରିଥିବାବେଳେ ଏବେ ପୋଲୋର୧୦୪ ଟି ବେରିଙ୍ଗି ମଧ୍ୟରୁ ୬୫ଟି ନୂଆ ବେରିଙ୍ଗି ଲଗାଇବାପାଇଁ ଅନ୍ୟ ଏକ କମ୍ପାନୀ କାର୍ଯ୍ୟ ଚାଲୁ ରଖିଛି।ଦୀର୍ଘ୪୦ କି: ମି ରାସ୍ତାରେ ଅନେକ ଗୁଡିଏ ଖାଲ ଖମା ସୃଷ୍ଟି ହେବା ସହ ଏହି ବିପଦ ପୂର୍ଣ୍ଣ ସେତୁ ପ୍ରତିଦିନ ହଜାର ହଜାର ଭାରିଯାନ ଢେଙ୍କାନାଳ ଜିଲ୍ଲାର ଭିଭିନ୍ନ ମାଇନ୍ସରୁ କଞ୍ଚାମାଲ ପାରାଦୀପ ବନ୍ଦର ତଥା କଳିଙ୍ଗ ନଗରସ୍ଥିତ ୧୪ଟି କଳ କାରଖାନା ରୁ ବିଭିନ୍ନ ରାଜ୍ୟକୁ ମାଲ ପରିବହନ ହୋଇଥାଏ।ଯାହାଦ୍ୱାରା ସରକାରଙ୍କ ରାଜସ୍ଵ ପାଣ୍ଠିକୁ କୋଟି କୋଟି ଟଙ୍କା ଯାଉଥିବାବେଳେ ଏହି ଜାତୀୟ ରାଜପଥକୁ ଅଣଦେଖା କରିବା ପରିତାପର ବିଷୟ ପାଲିଟିଛି ।ଚଣ୍ଡିଖୋଲ-ଦୁବୁରୀ ରାଜ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ପୁନଃଉଦ୍ଧ।ର ୪ ଲେନ୍ କାର୍ଯ୍ୟ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁର କାର୍ଯ୍ୟ ଆରମ୍ଭ, ତଥା ନିକଟ ଅତୀତରେ ପ୍ରାୟ୧୫ଦିନ ଲଗାତାର ଦୃଘଟଣା ଘଟି୫-୬ଜଣକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜରାସ୍ତାପ୍ରତି ଭୟର ବାତାବରଣ ଖେଳିଯାଇଛି,ଯାହାଫଳରେ ଆସନ୍ତା ନିକଟ ଭବିଷ୍ୟତରେ ଏକ ଦୃବାର ଗଣ ଆନ୍ଦୋଳନ କରାଯିବାପାଇଁ ଆଜି ପୂର୍ବାହ୍ନ୧୦ଘଟିକାରେ ସଚେତନ ନାଗରିକ ମଞ୍ଚ, ଜେନାପୁର ଥାନାଅଧିକାରୀ, କଳିଙ୍ଗ ନଗର ଥାନା ଅଧିକାରୀ,ବରିଷ୍ଠ ସାମ୍ବାଦିକ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମିଳିତ ସହଯୋଗରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାସ୍ତାରେ ଯାତାୟତ କରୁଥିବା ଯାନମାନଙ୍କର ଗତିକୁ କମାଇବାସହ ମଦ୍ୟପ ଚାଳକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲୋକଙ୍କ ଭିତରେ ସଚେତନତାର ଅଭାବକୁ ଉଭୟ ଜେନାପୁର, କଳିଙ୍ଗ ନଗର ଆଇ ଆଇ ସି ମତ ପ୍ରକାଶ କରିଥିଲେ।ସେହିପରି୬୦ବର୍ଷ ପୂର୍ବରୁ ଯାନବାହନର ପାରିସଂଖ୍ୟାନ ତଥା ଭାରିଯାନ ଗୁଡିକର ପରିବହନ କ୍ଷମତାକୁ ଲକ୍ଷ୍ୟକରି ତିଆରି ହୋଇଥିବା ବ୍ରାହ୍ମଣୀ ପୋଲ୨୦୧୯ମସିହାରେ ଭାରିଯାନର ଦ୍ରୁତ ଅଭିବୃଦ୍ଧି ଓ ପରିବହନ କ୍ଷମତାପାଇଁ ଉପଯୁକ୍ତ ନୁହେଁ।,ତାହାସହ ଭାରିଯାନ ଗୁଡିକ ଅନ୍ୟ ରାସ୍ତା ଦେଇ ଯିବାପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମହେଶ୍ୱର ବଳ ଓ ଶ୍ରୀଯୁକ୍ତ ବେଣୁଧର ମହାରଣା ମନ୍ତବ୍ୟ ଦେଇଥିଲେ।ସ୍ଥାନୀୟ ବୁଦ୍ଧିଜୀବୀ ବିଷ୍ଣୁ ଚରଣ ସାହୁ, ଗଣପତି ସାହୁ,କୀର୍ତ୍ତନ ସାହୁ, ଭାସ୍କର ମହାରଣା, ପ୍ରହଲ୍ଲାଦ ପାତ୍ର, ପଙ୍କଜ ମଲ୍ଲ, ଅରୁଣ ପରିଡା ପ୍ରମୁଖ ଏନେ ଏଚେ ଆଇ କତ୍ତୃପକ୍ଷ ଓ ପ୍ରଶାସନର ଉଦାସୀନତା ଯୋଗୁ ନୂଆ ସେତୁ ଓ ସଡ଼କ ନିର୍ମାଣରେ ବିଳମ୍ବ ହେଉଛି ବୋଲି ମତ ଦେଇଥିଲେ। ଏନେ ଏଚେ ଆଇ ଉଦ୍ୟସରେ ଏକ ଦାବିପତ୍ର ଦୁଇ ଥାନା ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିବା ଜଣାଯାଇଛି।ଆଗାମୀ ଦିନରେ ଦୁର୍ବାର ଜନ ଆନ୍ଦୋଳନ ପାଇଁ ସଚେତନ ନାଗରିକ ମଞ୍ଚ ପ୍ରସ୍ତୁତ ହୋଇଥିବା ଲକ୍ଷ କରାଯାଇଛି।

Related Posts

About The Author

Add Comment